କୃଷି କ୍ୟାବିନେଟ୍‌: ଗୋଟିଏ ବି ନୂଆ ନିଷ୍ପତ୍ତି ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ବର୍ଷ ପରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ‘କୃଷି କ୍ୟାବିନେଟ’ ବୈଠକ ଅନୁଷ୍ଠିତ ହୋଇଛି । ତେବେ କୃଷି କ୍ୟାବିନେଟରେ ଆଗତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ଏଭଳି କୌଣସି ଗୋଟିଏ ବି ନୀତିଗତ ପ୍ରସ୍ତାବ ନାହିଁ ଯାହା ଉପରେ ‘କ୍ୟାବିନେଟ’ଙ୍କ ଅନୁମୋଦନ ଜରୁରୀ। ତେବେ କରୋନା ମହାମାରୀ କାଳରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ ହୋଇଥିବା ବେଳେ ଚାଷୀଙ୍କ ପ୍ରତି ନିଜର ଦାୟିତ୍ୱକୁ […]

kalia-750x430-1

kalia-750x430-1

Manoranjan Sial
  • Published: Wednesday, 02 September 2020
  • Updated: 02 September 2020, 10:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୩ବର୍ଷ ପରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠ ‘କୃଷି କ୍ୟାବିନେଟ’ ବୈଠକ ଅନୁଷ୍ଠିତ ହୋଇଛି । ତେବେ କୃଷି କ୍ୟାବିନେଟରେ ଆଗତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ଏଭଳି କୌଣସି ଗୋଟିଏ ବି ନୀତିଗତ ପ୍ରସ୍ତାବ ନାହିଁ ଯାହା ଉପରେ ‘କ୍ୟାବିନେଟ’ଙ୍କ ଅନୁମୋଦନ ଜରୁରୀ। ତେବେ କରୋନା ମହାମାରୀ କାଳରେ ଖୋଦ୍ କୃଷିମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ ହୋଇଥିବା ବେଳେ ଚାଷୀଙ୍କ ପ୍ରତି ନିଜର ଦାୟିତ୍ୱକୁ ଦର୍ଶାଇବା ପାଇଁ ରାଜ୍ୟ ସରକାର ‘କୃଷି କ୍ୟାବିନେଟ’ ବୈଠକ କରିଥିଲେ। ତେବେ ‘କାଳିଆ’ଯୋଜନାର କାର୍ଯ୍ୟକାରିତା ଓ ଦ୍ୱିତୀୟ ପର୍ଯ୍ୟାୟ ସହାୟତା କେବେ ମିଳିବ ତାକୁ ନେଇ ନିରବ ଥିବା ରାଜ୍ୟ ସରକାର ଏବେସୁଦ୍ଧା ୫୫ଲକ୍ଷ ୨୯ହଜାର ୮୬୦ଜଣ ହିତାଧିକାରୀ ‘କାଳିଆ’ ସହାୟତା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷି କ୍ୟାବିନେଟ ସମ୍ପର୍କରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ବୈଠକରେ ଖରିଫ-୨୦୨୦ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବା ସହ କୃଷକମାନଙ୍କୁ ଅଧିକ ସହାୟତା ନିମନ୍ତେ ନିଆଯାଇଥିବା ପଦକ୍ଷେପ, କୋଭିଡ-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ କୃଷି ପ୍ୟାକେଜ, କ୍ଷେତପୋଖରୀ ମାଧ୍ୟମରେ ମରୁଡ଼ି ନିରାକରଣ, କାଳିଆ ଯୋଜନା, ନାବାର୍ଡ ସହାୟତାରେ ବଳରାମ ଯୋଜନା, ଫାଇଭ-ଟି ଅନ୍ତର୍ଗତ କର୍ମଚାରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ‘ଦକ୍ଷତା’ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ କ୍ୟାବିନେଟ ବୈଠକରେ ଆଲୋଚନା ହୋଇଥିଲା।

ଚଳିତ ଖରିଫ ଋତୁରେ ୬୧.୬୧ଲକ୍ଷ ହେକ୍ଟର ଜମିରେ ଖରିଫ ଚାଷ କରିବା ପାଇଁ ସ୍ଥିର ହୋଇଥିବାବେଳେ ଏପର୍ଯ୍ୟନ୍ତ ୫୫.୫୨ଲକ୍ଷ ହେକ୍ଟର ଜମିରେ ଖରିଫ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ୨୧ଲକ୍ଷ ଚାଷୀଙ୍କୁ ବିଭିନ୍ନ ୯୯୬୪.୪୭କୋଟି ଟଙ୍କାର ଫସଲ ଋଣ ବଣ୍ଟନ ହୋଇଥିବାବେଳେ ୧୪.୦୮ଲକ୍ଷ ଚାଷୀଙ୍କୁ ଫସଲବୀମା ଯୋଜନାରେ ସାମିଲ କରାଯାଇଛି। ସେହିପରି କରୋନା ସ୍ଥିତିରେ ଚାଷୀମାନଙ୍କୁ ସହାୟତା ଦେବା ଦିଗରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜରେ ୩୭୩.୯୫୮କୋଟି ଟଙ୍କା ବ୍ୟୟ କରାଯିବ। ଯେଉଁଥିରେ ୨୪ଲକ୍ଷ ୯୯ହଜାର ୮୫୦ଜଣ ଚାଷୀ ଉପକୃତ ହେବେ। ଏପର୍ଯ୍ୟନ୍ତ ଏହି ଯୋଜନାରେ ୮ଲକ୍ଷ ୧୫ହଜାର ୭୯୩ଜଣ ଚାଷୀ ଉପକୃତ ହୋଇଛନ୍ତି। କୃଷି ଓ ମତ୍ସ୍ୟ-ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି।

ସେହିପରି ‘କାଳିଆ’ଯୋଜନା ୨୦୧୯ ମସିହା ଅଗଷ୍ଟ ମାସରୁ ଆରମ୍ଭ ହୋଇଛି। କାଳିଆ ହିତାଧିକାରୀଙ୍କ ଡାଟାବେସରେ ସେମାନଙ୍କ ଅଭିଯୋଗ, କ୍ଷେତ୍ର ତଥା ରାଜ୍ୟସ୍ତରରେ ଯାଂଚ କରାଯାଇ ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେଭଳି ସହାୟତାରୁ ବଂଚିତ ସେଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏବେସୁଦ୍ଧା ୫୫ଲକ୍ଷ ୨୯ହଜାର ୮୬୦ଜଣ ହିତାଧିକାରୀ କାଳିଆ ସହାୟତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । କୃଷକମାନଙ୍କୁ ଚାଷ କାର୍ଯ୍ୟ ନିମନ୍ତେ ସହାୟତା, ଭୂମିହୀନ ଚାଷୀ ପରିବାରକୁ ଜୀବିକା ନିର୍ବାହ ନିମନ୍ତେ ସହାୟତା ଯୋଗାଇ ଦିଆଯାଉଛି। ଏହାସହିତ କାଳିଆ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ନିମନ୍ତେ କାଳିଆ ବୃତ୍ତି ଯୋଜନାକୁ ‘କମନ ସ୍କଲାରସିପ୍ ପ୍ଲାଟଫର୍ମ’ରେ କାର୍ଯ୍ୟକାରୀ ନିମନ୍ତେ ପଦକ୍ଷେପ ନିଆଯାଉଛି। ନାବାର୍ଡ ସହାୟତାରେ ବଳରାମ ଯୋଜନାକୁ କୃଷି ବିଭାଗ କାର୍ଯ୍ୟକାରୀ କରୁଛି। ଏହି ଯୋଜନାରେ ଆଗାମୀ ୩ବର୍ଷ ମଧ୍ୟରେ ଆତ୍ମା ମାଧ୍ୟମରେ ୧ଲକ୍ଷ ଯୁଗ୍ମ ଦେୟ ଗୋଷ୍ଠୀ ଗଠନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ଅତିକମରେ ୫ଲକ୍ଷ ଭାଗଚାଷୀଙ୍କୁ ସାମିଲ କରାଯିବ।

ସେହିପରି କ୍ଷେତ ପୋଖରୀ ମାଧ୍ୟମରେ ମରୁଡ଼ି ନିରାକରଣ ଯୋଜନାରେ ୨୦୧୯ରୁ ୨୦୨୩-୨୪ ମସିହା ମଧ୍ୟରେ ୫ଲକ୍ଷ କ୍ଷେତ ପୋଖରୀ ଖନନର ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ରେ ୮୯୦୦ଟି କ୍ଷେତ ପୋଖରୀ କାର୍ଯ୍ୟ ଶେଷ ହୋଇଛି। ୨୦୨୦-୨୧ରେ ୧.୦୩.୭୭୦ଟି କ୍ଷେତ ପୋଖରୀ ଖନନ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ୧୦୩୮କୋଟି ଟଙ୍କା ବ୍ୟୟ କରାଯାଇ ୪.୫୧କୋଟି ଶ୍ରମଦିବସ ସୃଷ୍ଟି କରାଯିବ।

ଚାଷୀଙ୍କୁ ଅଧିକ ସହାୟତା ଯୋଗାଇବା ନିମନ୍ତେ ‘ଆମ କୃଷି’ରେ ୯ଲକ୍ଷ ଚାଷୀଙ୍କୁ ସାମିଲ କରିବା, ଚାଷୀମାନଙ୍କ ହ୍ୱାଟସଅପ୍ ଗ୍ରୁପ୍ ଗଠନ, ଓଡ଼ିଶା ମିଲେଟ ମିଶନର ରୂପାୟନ, କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋଗ୍ରାମ ଆସୋସିଏଟ ଭାବେ ନିୟୋଜିତ କରିବା ଭଳି ଅଭିନବ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।

ଏସବୁ ବ୍ୟତୀତ ଫାଇଭ-ଟି ଅନ୍ତର୍ଗତ ବିଭାଗର ୫ହଜାରରୁ ଅଧିକ କର୍ମଚାରୀଙ୍କୁକୁ ପ୍ରୋତ୍ସାହିତ କରିବା ନିମନ୍ତେ ‘ଦକ୍ଷତା’ କାର୍ଯ୍ୟକ୍ରମରେ ସେମାନଙ୍କର ଦକ୍ଷତା ନିର୍ଦ୍ଧାରଣ କରାଯାଉଛି। ଏଥିପାଇଁ ୫ଟି ମୁଖ୍ୟ ମାନଦଣ୍ଡକୁ ବିଚାରକୁ ନିଆଯାଉଛି ବୋଲି ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୬ ମାର୍ଚ୍ଚ ୩ତାରିଖରେ ପ୍ରଥମ କୃଷି କ୍ୟାବିନେଟ ବୈଠକ କରିଥିଲେ। ସେହିବର୍ଷ ୩ଥର ଓ ୨୦୧୭ ମସିହାରେ ଦୁଇଥର କୃଷି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story