Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ଫୋକସରେ ଡିଜିଟାଲ୍ କ୍ୟାମ୍ପେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ବିଜ୍ଞପ୍ତି ଜାରି କରିଛନ୍ତି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ। କୋଭିଡ୍ ସଂକ୍ରମଣ ଯୋଗୁଁ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ସେଥିପାଇଁ ପ୍ରଥମ ଥର ଲାଗି ତୃଣମୂଳ ସ୍ତରରେ ଡିଜିଟାଲ୍ […]

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ବିଜ୍ଞପ୍ତି, ଫୋକସରେ ଡିଜିଟାଲ୍ କ୍ୟାମ୍ପେନ୍

social-mdeia

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାର ଅଧିକାରୀ ମାନେ ବିଜ୍ଞପ୍ତି ଜାରି କରିଛନ୍ତି। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବ। କୋଭିଡ୍ ସଂକ୍ରମଣ ଯୋଗୁଁ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ସେଥିପାଇଁ ପ୍ରଥମ ଥର ଲାଗି ତୃଣମୂଳ ସ୍ତରରେ ଡିଜିଟାଲ୍ ମୋଡରେ କ୍ୟାଂପେନ୍ ହେବ। ତେଣୁ ସୋଶାଲ୍ ମିଡିଆ ପ୍ଲାଟଫର୍ମ ଉପରେ ଏବେ ସବୁ ପ୍ରାର୍ଥୀ ଓ ଦଳର ନଜର ରହିଛି।

Advertisment

ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନେ ସୋଶାଲ ମିଡିଆ ପ୍ଲାଟଫର୍ମ ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିବେ। କାରଣ କୋଭିଡ୍ ଯୋଗୁଁ ସମାବେଶ, ରୋଡ୍ ଶୋ’ ଓ ସଭା ସମିତି ଆଦି ବ୍ୟାନ୍ କରାଯାଇଛି। ତେଣୁ ପ୍ରାର୍ଥୀମାନେ ଡିଜିଟାଲ୍ କ୍ୟାଂପେନ୍ କରିବା ସହିତ ଭର୍ଟୁଆଲ୍ ମିଟିଂ ମାଧ୍ୟମରେ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରିବେ।

ପଂଚାୟତ ପୋଲ୍ ଲାଗି କାଲିଠୁ ବିଜେପି ଅଫିସରେ କଣ୍ଟ୍ରୋଲ ରୁମ୍ ଆରମ୍ଭ ହେବ। ପଂଚାୟତରୁ ଆରମ୍ଭ କରି ବ୍ଲକ୍, ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ଯାଏ ବିଜେପିର ସାଇବର୍ ଆର୍ମି ରହିଛନ୍ତି। ମୋଦି ସରକାରଙ୍କ ସଫଳତାର ବାର୍ତ୍ତା, ରାଜ୍ୟ ସରକାରଙ୍କ ବିଫଳତା ଓ ସ୍ଥାନୀୟ ସମସ୍ୟା ନେଇ ଭିଡଓ ପ୍ରସ୍ତୁତି କରି ଲୋକଙ୍କ ମୋବାଇଲ ପଠାଯିବ। ସେପଟେ ୩୫ ହଜାର ବୁଥରେ ସକ୍ରିୟ ଅଛନ୍ତି କଂଗ୍ରେସର ସୋଶାଲ୍ ମିଡିଆ ସଦସ୍ୟ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ ସହ ପ୍ରସଙ୍ଗକୁ ଫୋକସ୍ କରି ଦଳ ଭିଡିଓ ପ୍ରସ୍ତୁତ କରିବ। ସେପଟେ ବିଜେଡି ଛାତ୍ର ଓ ଯୁବ ବ୍ରିଗେଡକୁ ଡିଜିଟାଲ୍ କ୍ୟାଂପେନରେ ଲଗାଇବ। ବିଜେଡି ବିଭିନ୍ନ ପଞ୍ଚାୟତରେ ହ୍ୱାଟ୍ସଆପ୍ ଗ୍ରୁପ୍ କରିଛି। ସେଇ ଅନୁସାରେ ଦଳର ପ୍ରଚାର ଆଗକୁ ବଢ଼ିବ। ଏହାସହ LCD ଲାଗିଥିବା ପ୍ରଚାର ଗାଡ଼ି ମଧ୍ୟ ଗାଁ ଗାଁରେ ପହଞ୍ଚିବ।

Advertisment

ମୋବାଇଲ୍ ମେସେଜ୍ ଓ ଭିଡିଓ କଲ୍ ମାଧ୍ୟମରେ ପ୍ରଚାର କରିବାକୁ ଯୋଜନା କରିଛି ଦଳ। ତେବେ ଉପାନ୍ତ ଅଂଚଳରେ ମୋବାଇଲ୍ ନେଟଓ୍ୱର୍କ ଭଲ ନଥିବାରୁ ସେସବୁ ସ୍ଥାନରେ ଡିଜିଟାଲ୍ ପ୍ରଚାର ସମ୍ଭବ ହେବ ନାହିଁ। ତେଣୁ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଉପରେ ବି ଫୋକସ ରହିବ। ଯେଉଁଥିରେ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର କରିହେବ ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ । ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ଫେବୃଆରୀ ୧୬ରୁ ମତଦାନ ଆରମ୍ଭ ହୋଇ ମୋଟ୍ ୫ଟି ପର୍ଯ୍ୟାୟରେ ହେବ। ପ୍ରାର୍ଥୀମାନେ ୧୭ରୁ ୨୧ ତାରିଖ ଭିତରେ ନାମାଙ୍କନ ପତ୍ର ଦାଖଲ କରିବେ। ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପଯର୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଏବଂ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଗାଇଡ ଲାଇନ ସମ୍ପର୍କରେ ଅଧିକ ଆଲୋଚନା ପାଇଁ ଆସନ୍ତା ୧୫ରେ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଆଲୋଚନା ପାଇଁ ସ୍ଥିର ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe