Advertisment

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

ରାଉରେକଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି – ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୁଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛି। ତା’ର ଆଣ୍ଠୁରେ ଗୁଳି ବାଜିଛି। ତାକୁ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରବିବାର ସନ୍ଧ୍ୟାରେ ରୁଟକୁପିଢ଼ି – ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ଅନୀଲ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ଅଚାନକ୍‌ ଚଢ଼ାଉ କରିଥିଲା। ଏହି ସମୟରେ ସେ ପୁଲିସ୍‌କୁ ଦେଖି ପ୍ରଥମ ଗୁଳି ଚଳାଇଥିଲା। ତେବେ ପୁଲିସ୍‌ର ପାଲଟା ଗୁଳି ଚାଳନାରେ ତା’ର ଆଣ୍ଠୁରେ […]

author-image
Rajalaxmi Sahu
ଅଦ୍ୟତନ ହୋଇଛି
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ଆହତ

encounter

ରାଉରେକଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟକୁପିଢ଼ି - ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ପୁଲିସ୍‌ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଡକାୟତ ଅନୀଲ ତିର୍କୀ ଆହତ ହୋଇଛି। ତା’ର ଆଣ୍ଠୁରେ ଗୁଳି ବାଜିଛି। ତାକୁ ଆଇଜିଏଚ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ରବିବାର ସନ୍ଧ୍ୟାରେ ରୁଟକୁପିଢ଼ି - ଚିକଟଚଣ୍ଡୀ ଫରେଷ୍ଟ ରୋଡ୍‌ରେ ଅନୀଲ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍‌ ଅଚାନକ୍‌ ଚଢ଼ାଉ କରିଥିଲା। ଏହି ସମୟରେ ସେ ପୁଲିସ୍‌କୁ ଦେଖି ପ୍ରଥମ ଗୁଳି ଚଳାଇଥିଲା। ତେବେ ପୁଲିସ୍‌ର ପାଲଟା ଗୁଳି ଚାଳନାରେ ତା’ର ଆଣ୍ଠୁରେ ଗୁଳି ବାଜିଥିଲା। ଏହାପରେ ପୁଲିସ୍‌  ଅନୀଲକୁ କାବୁ କରିଥିଲା।

ଅନୀଲ ନିକଟରୁ ପୁଲିସ୍‌ ଗୋଟିଏ ପିସ୍ତଲ , ୩ ଟି ଗୁଳି ଓ ଗୋଟିଏ ବାଇକ୍‌ ଜବତ କରିଛି। ତା’ ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ଟି ଡକାୟତି ମାମଲା ରହିଛି ।

Advertisment