Advertisment

ଓଡ଼ିଶାରେ ‘ବାବୁମାନେ’ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ବି ନେଇସାରିଲେଣି: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ବାବୁମାନଙ୍କ ପାଇଁ ପ୍ରଭାବଶାଳୀ ମନ୍ତ୍ରୀମାନେ ବି ଛତା ଧରି ବୁଲୁଥିବା ଦେଖିବାକୁ ମିଳିଲାଣି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Dharmendra Pradhan

ଓଡ଼ିଶାରେ ବାବୁମାନଙ୍କ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ବି ବାବୁମାନେ ନେଇସାରିଲେଣି । ବାବୁମାନଙ୍କ ପାଇଁ ପ୍ରଭାବଶାଳୀ ମନ୍ତ୍ରୀମାନେ ବି ଛତା ଧରି ବୁଲୁଥିବା ଦେଖିବାକୁ ମିଳିଲାଣି ବୋଲି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି।

Advertisment

ଆଜି ଗଣମାଧ୍ୟମକୁ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନବେଳେ ହିଂସା ଘଟଣାରେ ସ୍ଥାନୀୟ ପ୍ରଶାସନକୁ ଦାୟୀ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ସରକାର  ଓ ପ୍ରଶାସନର ଅପାରଗତାରୁ ସମ୍ବଲପୁରରେ ଏଭଳି ଅଭାବନୀୟ ପରିସ୍ଥିତି ହନୁମାନ ଜୟନ୍ତୀବେଳେ ସମ୍ଭବପର ହେଲା । ଏପ୍ରିଲ ୧୪ତାରିଖରେ ଜଣେ ଆଦିବାସୀ ପିଲାକୁ ହତ୍ୟା କରାଗଲା।

ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା । ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ହିନ୍ଦୁ ସମୁଦାୟକୁ ଟାର୍ଗେଟ୍ ପାଇଁ ଉଦ୍ୟମ ହୋଇଛି । ହିଂସାକାଣ୍ଡରେ ବହୁ ଲୋକ ହତାହତ ହେଲେ, ବହୁ ସମ୍ପତ୍ତି ହାନି ହେଲା । ପରବର୍ତ୍ତୀ ଅବସ୍ଥା ନିୟନ୍ତ୍ରଣ ପାଇଁ ଯେଉଁ ଦାୟିତ୍ୱ ନେବା କଥା ତାହା ପ୍ରଶାସନ ନେଉନାହିଁ । ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରି ଦୋଷୀ କରିବାକୁ ଚେଷ୍ଟା କରୁଛି । ଏକତରଫା ଭାବେ ପୁଲିସ ଡିଜି, ସ୍ଥାନୀୟ ଡିଆଇଜି ଓ ସେଠାକାର ଏସପି କାମ କରୁଛନ୍ତି । ଏହାକୁ ବିଜେପି ପ୍ରଥମ ଦିନରୁ ଆପତ୍ତି କରି ଆସୁଛି ଓ ଏଥିରେ ଅସହମତି ଦେଖାଇ ଆସିଛି।

Advertisment

ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଚ୍ଚସ୍ତରୀୟ ୪ଜଣିଆ ସଂସଦୀୟ ପ୍ରତିନିଧି ଦଳ ଗଠନ କରିଛନ୍ତି । ସେମାନେ ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମ୍ବଲପୁର ହିଂସାର ଅନୁଧ୍ୟାନ ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନ ସଦସ୍ୟ  ଏପ୍ରିଲ ୨୬ତାରିଖରେ ଆସିଥିଲେ । କିନ୍ତୁ ସ୍ଥାନୀୟ ପ୍ରଶାସନ ସହଯୋଗ କରିଲା ନାହିଁ । ଏପରିକି ମୃତ ଆଦିବାସୀ ଯୁବକଙ୍କ ପରିବାରକୁ ମଧ୍ୟ କମିଶନ ସଦସ୍ୟ ଭେଟିପାରିଲେ ନାହିଁ।

ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ନିରପେକ୍ଷତା ଓ ଶାନ୍ତିର ଅର୍ଥ ନୁହେଁ ବହୁଜନ ସମାଜ ଉପରେ ଅତ୍ୟାଚାର କରିବା । ନାଲି ଆଖି ଦେଖାଇବା, କେସର ଧମକ ଦେଲେ ଶାନ୍ତି ଆସେ ନାହିଁ । ଓଡ଼ିଶା ସରକାର ରାଜଧର୍ମ ପାଳନ କରନ୍ତୁ । ଜାତି ଓ ଧର୍ମ ମଧ୍ୟରେ ବିଭେଦ କରନ୍ତୁ ନାହିଁ ଓ ନିରପେକ୍ଷ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

Odisha BjD Bjp Dharmendra Pradhan