Advertisment

ଟାକ୍ସି ଭଳି ବୁକ୍‌ କରନ୍ତୁ ବାଇକ୍‌, ଆମ ସ୍ମାର୍ଟ ସିଟିରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ ଗଲାବେଳେ ହେଉ କି ଡାକ୍ତରଖାନା, ଟ୍ରାଫିକ୍‌ରେ ଫସିଗଲେ ମୁଣ୍ଡ ବିଗିଡ଼ିଯାଏ। ଖାସ୍‌ କରି ଯଦି ଆପଣ ଟାଉନ୍‌ ବସ୍‌ କିମ୍ବା ୪ ଚକିଆରେ ଯାଉଥା’ନ୍ତି, ତା ହେଲେ ମୁଣ୍ଡକୁ ବୁଦ୍ଧିବାଟ ଦିଶେନି। କେମିତି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ଚିନ୍ତା ମାଡ଼ିଆସେ। ଆପଣ କେବେ ଏମିତି ସମସ୍ୟାରେ ପଡିଛନ୍ତି କି ? ଯଦି ଆପଣ ଭୁବନେଶ୍ୱର କି କଟକ ସହରରେ ରହୁଥିବେ, ତା’ ହେଲେ ଆମେ ଭାବୁଛୁ ଆପଣ ବି ଏମିତି […]

ଅଦ୍ୟତନ ହୋଇଛି
ଟାକ୍ସି ଭଳି ବୁକ୍‌ କରନ୍ତୁ ବାଇକ୍‌, ଆମ ସ୍ମାର୍ଟ ସିଟିରେ

55

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଫିସ୍‌ ଗଲାବେଳେ ହେଉ କି ଡାକ୍ତରଖାନା, ଟ୍ରାଫିକ୍‌ରେ ଫସିଗଲେ ମୁଣ୍ଡ ବିଗିଡ଼ିଯାଏ। ଖାସ୍‌ କରି ଯଦି ଆପଣ ଟାଉନ୍‌ ବସ୍‌ କିମ୍ବା ୪ ଚକିଆରେ ଯାଉଥା’ନ୍ତି, ତା ହେଲେ ମୁଣ୍ଡକୁ ବୁଦ୍ଧିବାଟ ଦିଶେନି। କେମିତି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ସେନେଇ ଚିନ୍ତା ମାଡ଼ିଆସେ।

Advertisment

ଆପଣ କେବେ ଏମିତି ସମସ୍ୟାରେ ପଡିଛନ୍ତି କି ?

ଯଦି ଆପଣ ଭୁବନେଶ୍ୱର କି କଟକ ସହରରେ ରହୁଥିବେ, ତା’ ହେଲେ ଆମେ ଭାବୁଛୁ ଆପଣ ବି ଏମିତି ସ୍ଥିତି ଭୋଗିଥିବେ । ଟ୍ୱିନ୍‌ ସିଟିର କଳେବର ଯେମିତି ଦ୍ରୁତ ଗତିରେ ବଢୁଛି ତା’ ସହ ତାଳ ମିଳାଇ ବଢୁଛି ଟ୍ରାଫିକ୍‌ ସମସ୍ୟା। ଏଣୁ ଏଠି ପବ୍ଲିକ୍‌ ଭେଇକିଲ ଯେତିକି ଭଲ, ସେତିକି ଅଡୁଆ।

ଏମିତି ବି ଆପଣ କହିପାରନ୍ତି, ବଡ଼ ଗାଡ଼ି ଯୋଗୁ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ବଢି ଚାଲିଛି । ଏଣୁ ଏହାର ବିକଳ୍ପ ନିହାତି ଆବଶ୍ୟକ। ଯଦି ଆପଣ ବି ଏମିତି ଭାବୁଥା’ନ୍ତି, ଆଉ ଏହି ସମସ୍ୟାରୁ ମୁକୁଳିବାକୁ ଚାହୁଁଥାନ୍ତି, ତା’ ହେଲେ ଆମେ ଆପଣଙ୍କୁ ଭଲ ଖବରଟିଏ ଦେବୁ।

Advertisment

ଜାଣିଛନ୍ତି, ଏଣିକି ଭୁବନେଶ୍ୱରରେ ଗଡ଼ିବ ‘Bike TaXi’। କଥାଟା ଶୁଣି ଆପଣ ଅଡୁଆରେ ପଡ଼ିଥିବେ। ବାଇକ୍‌ ତ ବାଇକ୍‌ ପୁଣି ବାଇକ୍‌ ଟାକ୍ସି କ’ଣ? ବାସ୍ତବରେ ଏହା ଏକ ନୂଆ ପଦକ୍ଷେପ। OLA, UBER ଟାକ୍ସି ସେବା ଭଳି ବାଇକ୍‌ ବି ଆପଣଙ୍କୁ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ। ଅତି କମ୍‌ ଅର୍ଥ ବିନିମୟରେ ଆପଣ ସେବା ପାଇବେ। ଆଉ ପରିବେଶ ପ୍ରଦୂଷଣ ମଧ୍ୟ କମିବ।

publive-image

କେମିତି ବ୍ୟବହାର କରିବେ- ମୋବାଇଲ ଫୋନ୍‌ରେ ‘Rapido Bike TaXi’ ଆପ୍‌ ଡାଉନ୍‌ଲୋଡ୍‌ କରି ଏଥିରେ ଆପଣ ନିଜ ଇ-ମେଲ, ଫୋନ୍‌ ନମ୍ବର ଦେଇ ନାଁ ରେଜିଷ୍ଟ୍ରେସନ୍‌ କରିପାରିବେ। ଏହା ପରେ ଆପଣଙ୍କୁ ନିର୍ଦ୍ଧାରିତ ସ୍ଥାନରୁ ମିଳିଯିବ  Bike Taxi।

ବେଙ୍ଗାଲୁରୁ, ଗୁରଗାଓଁ, ନାଗପୁର ଭଳି ସହରରେ ଏହି ସେବା ପୂର୍ବରୁ ଉପଲବ୍ଧ ହେଉଥିବା ବେଳେ ଏବେ ଆମ ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗଡିବାକୁ ଆରମ୍ଭ କରିଛି Bike TaXi। ଭୁବନେଶ୍ୱରରେ କିଲୋମିଟର ପିଛା ଦେବାକୁ ପଡୁଛି ମାତ୍ର ୩ ଟଙ୍କା। କ’ଣ କହୁଛନ୍ତି, ଏ ବ୍ୟବସ୍ଥା ଆପଣଙ୍କୁ ସୁହାଇବ ତ ?

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe