/odisha-reporter/media/post_attachments/uploadimage/library/16_9/16_9_0/millets__1685023634.jpg)
millets
ଆଜି କାଲି ସମସ୍ତେ ମିଲେଟସକୁ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନରେ ଖାଇବା ଆରମ୍ଭ କଲେଣି। ଏବେ ଏହି ମିଲେଟକୁ ଆଇଟିସି ହୋଟେଲର ରୋଷେୟାମାନେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରସିବା ଆରମ୍ଭ କରି ଦେଇଛନ୍ତି। ରୋଷେୟାମାନେ ଗୋଟିଏ ଭିନ୍ନ ମିଲେଟ ଆଧାରିତ ମେନ୍ୟୁ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଭାରତୀୟ, ଏସୀୟ ଓ କଣ୍ଟିନେଣ୍ଟାଲ୍ ଆଇଟମ ରହିଛି।
ଆଇଟିସି ହୋଟେଲଗୁଡ଼ିକ ଦାୟିତ୍ୱବୋଧତା, ବିଳାସପୂର୍ଣ୍ଣ ନୈତିକତା, ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତାର ସର୍ବୋଚ୍ଚ ମାନଦଣ୍ଡକୁ ପାଳନ କରୁଥିବାବେଳେ ଅଭିନବ,ଐତିହ୍ୟ ଓ ପାରମ୍ପାରିକ ରୋଷେଇ ଘର ସୃଷ୍ଟି ପାଇଁ ଶୃଙ୍ଖଳାର ପ୍ରତିବଦ୍ଧତାକୁ ସୂଚିତ କରିଛି।
ଆଇଟିସି ହୋଟେଲ ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସମୀର ଘୋଷ କହିଛନ୍ତି, ମିଲେଟସ୍ ବିଷୟରେ ଅଧିକ ସଚେତନତା ଓ ଏହାକୁ ଅଧିକ ଆଦୃତ କରିବା ଆମର ପ୍ରୟାସ। ୱେଲକମ୍ କାଫେରେ ଏହି ମିଲେଟସ ସୁପରଫୁଡ ପ୍ରଦର୍ଶନ କରି ଆମେ ବେଶ ଆନନ୍ଦିତ।
୨୦୨୩ ଜୁନ ୩୦ ଯାଏ ୱେଲକମ୍ କାଫେରେ ଦିନସାରା ଡାଇନିଂରେ ସାଇକ୍ଲିକ୍ ବଫେଟ୍ ମେନ୍ୟୁ ରହିବ। ଏଥିରେ ଲିଟିଲ୍ ମିଲେଟ୍ (କୁଟକି) ଖାଓ ସୁଇ, ଲିଟିଲ୍ ମିଲେଟ୍ (କୁଟକି) ରିସୋଟୋ ୱାଇଲ୍ହ ମଶରୁମ୍, ଚିକେନ୍ ଓ କୋଡୋ ମିଲେଟ୍ ଆରାନସିନି, ବକୱାଟ୍ ସହିତ ସାଲାଡ୍ ରହିଛି।
କ୍ରିସ୍ପି , ବିଚଉଡ୍ ସମୋକି ଚିକେନ୍ ଓ ବାର୍ଲି (ଜୋ) ସାଲାଡ୍, ସୋରିମ୍ (ଜୋୱାର୍) ତୁର୍ ଡାଲ୍ ତଡକା, ଗୋଷ୍ଟ କୋଡୋ ମିଲେଟ୍ ହାଲିମ୍, ମୁର୍ଗ ସାମକ (ବର୍ଣ୍ଣିୟାର୍ଡ ମିଲେଟ୍) ଓ ବଜ୍ରା (ମୋତି ମିଲେଟ୍) ଗୁରୁ ଫିରନି ଆଜି ବିଭନ୍ନ ଖାଦ୍ୟ ଉପଲବ୍ଧ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
