Advertisment

ଭୁବନେଶ୍ୱର କ୍ଲବରେ ପ୍ରଶାସକ ଓ ରାଜନେତାଙ୍କ ନୂଆଖାଇ ଭେଟଘାଟ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଶ୍ଚିମଓଡ଼ିଶାର ପ୍ରଶାସକ ଓ ରାଜନେତାମାନେ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହୋଇ ପଶ୍ଚିମଓଡ଼ିଶାର ଭାଇଚାରାକୁ ଉଜ୍ଜୀବିତ କରାଇଛନ୍ତି। ଭୁବନେଶ୍ୱର କ୍ଲବ ସଭାପତି ତଥା ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗ ଦେଇ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର କ୍ଲବରେ ପ୍ରଶାସକ ଓ ରାଜନେତାଙ୍କ ନୂଆଖାଇ ଭେଟଘାଟ୍‌

Function

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଶ୍ଚିମଓଡ଼ିଶାର ପ୍ରଶାସକ ଓ ରାଜନେତାମାନେ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହୋଇ ପଶ୍ଚିମଓଡ଼ିଶାର ଭାଇଚାରାକୁ ଉଜ୍ଜୀବିତ କରାଇଛନ୍ତି।

Advertisment

ଭୁବନେଶ୍ୱର କ୍ଲବ ସଭାପତି ତଥା ପଶ୍ଚିମଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗ ଦେଇ ନୂଆଖାଇ ଏବେ ଗଣପର୍ବରେ ପରିଣତ ହୋଇଛି । ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି । ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ତଥା ଓଡ଼ିଶା ବାହାରେ ଓ ବିଦେଶରେ ଥିବା ଓଡ଼ିଆମାନଙ୍କୁ ପରସ୍ପରର ନିକଟତର କରାଇଛି ବୋଲି ମତ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ଓଟିଡିସି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀ ପ୍ରମୁଖ ନୂଆଖାଇ ପର୍ବର ସ୍ୱାତନ୍ତ୍ର‌୍ୟ, ନବାନ୍ନ ଅର୍ପଣ ବିଧି, ସନ୍ଦେଶ ଓ ପାଳନର ବ୍ୟାପକତା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ।

Advertisment

ସେହିପରି ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ଭେଟଘାଟ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେ ଳେ ବିମଳେନ୍ଦୁ ରାୟ ଓ ମନୀଷ ଅଗ୍ରୱାଲ ସହଯୋଗ କରିଥିଲେ । ଆଇଆଣ୍ଡପିଆ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଆଇଏଏସ୍ ଅନୁପମ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍ପିରିଟଜା ଏକାଡେମୀ ଅଫ୍ ପରଫର୍ମିଂ ଆର୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଇପିଏସ୍ ଅରୁଣ ଷଡ଼ଙ୍ଗୀ ଓ କଟକ ଡିସିପି ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ପ୍ରଶାସନିକ ସେବାରେ କାର୍ଯ୍ୟରତ ଓ ଅନ୍ୟାନ୍ୟ ବିଭାଗରେ ଅବସ୍ଥାପିତ ପଶ୍ଚିମ ଓଡ଼ିଶାର ପ୍ରଶାସକ ଓ କର୍ମଚାରୀମାନେ ସପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe