Advertisment

ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।  ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର।  ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ […]

ଅଦ୍ୟତନ ହୋଇଛି
ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାନ୍ନ

samblpur

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।  ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର।  ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା।  ନୂଆଖାଇର ପୂର୍ବଦିନରେ ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ।  ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ଏହି ଭାରରେ  ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମା‌ଆଙ୍କ ଲାଗି ଚୁଡି, ଗହଣା, ଶାଢ଼ୀ ଆଉ ପନିପରିବା ଏଥିରେ ଥାଏ।

Advertisment

ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର।  ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମ୍‌ଧାମରେ ନୂଆ ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।  ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରିଛନ୍ତି।

କଳାହାଣ୍ଡି ଜିଲ୍ଲାରେ ଦୁଇଟି ନୂଆଖାଇ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଖାଇ ହେବ। ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଖାଇ ହେଉଛି । ସକାଳ ୭ଟା ୧୨ରୁ ୭ଟା ୨୬ ମିନିଟ୍ ମଧ୍ୟରେ ଦଧିବାମନଙ୍କପାଖରେ ନବାନ୍ନ ଲାଗି ହେବ। ଏହାପରେ ଦିନ ୧୦.୩୦ରୁ ୧୧.୩୦ ମଧ୍ୟରେ ଲୋକେ ନବାନ୍ନଭକ୍ଷଣ କରିବେ।

Advertisment

...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe