Advertisment

ଘର ଆଜବେଷ୍ଟସ ପକାଉଥିବା ବେଳେ ବଜ୍ରପାତ, ୪ ମୃତ

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଘରର ଆଜବେଷ୍ଟସ ପକାଉ ଥିଲେ। ଏହି ସମୟରେ ଆକାଶରେ ଘୋଟିଯାଇଥିଲା ମେଘ। ଆରମ୍ଭ ହୋଇଯାଇଥିଲା ଜୋର ପବନ। ମେଘପବନକୁ ଦେଖି ଶୀଘ୍ର କାମ ସାରିଦେବାକୁ ଚେଷ୍ଟା କରୁଥିଲେ ପରିବାର ଲୋକେ। ହେଲେ ବିଧିରବିଧାନ ଥିଲା ଭିନ୍ନ। ଅଚାନକ ବଜ୍ରପାତ ହେଲା। ଏଥିରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ମଲ୍ଲିକାମୁଣ୍ଡା ଗ୍ରାମର ୪ ଜଣଙ୍କ ମୃତ୍ୟୁ ଘଟିଛି। ଯେତେବେଳ କି ଏହି ଘଟଣାରେ ପରିବାରର ଜଣେ ମହିଳାଙ୍କ ସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଘାସ ବାଛୁଥିବାବେଳେ ମାରିଲା ବିଜୁଳି; ଜଣେ ମୃତ, ଜଣେ ଗୁରୁତର

lightning

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ଘରର ଆଜବେଷ୍ଟସ ପକାଉ ଥିଲେ। ଏହି ସମୟରେ ଆକାଶରେ ଘୋଟିଯାଇଥିଲା ମେଘ। ଆରମ୍ଭ ହୋଇଯାଇଥିଲା ଜୋର ପବନ। ମେଘପବନକୁ ଦେଖି ଶୀଘ୍ର କାମ ସାରିଦେବାକୁ ଚେଷ୍ଟା କରୁଥିଲେ ପରିବାର ଲୋକେ। ହେଲେ ବିଧିରବିଧାନ ଥିଲା ଭିନ୍ନ। ଅଚାନକ ବଜ୍ରପାତ ହେଲା। ଏଥିରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ମଲ୍ଲିକାମୁଣ୍ଡା ଗ୍ରାମର ୪ ଜଣଙ୍କ ମୃତ୍ୟୁ ଘଟିଛି। ଯେତେବେଳ କି ଏହି ଘଟଣାରେ ପରିବାରର ଜଣେ ମହିଳାଙ୍କ ସହ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ କୋମନା ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ମୃତକମାନେ ହେଲେ ତୀର୍ଥ ନାଗ(୬୫), ତାଙ୍କ ପୁଅ ଚୁଡ଼ାମଣି ନାଗ(୨୧) ଓ ସମ୍ପର୍କିୟ ଲକ୍ଷ୍ମଣ ନାଗ(୨୬), ଗୁଣସାଗର ନାଗ(୧୬)। ଏହି ଦୁଃଖଦ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘର ତିଆରିରେ ଲାଗିଥିବା ବାପା, ପୁଅ ଓ ସମ୍ପର୍କିୟଙ୍କ ଏକାବେଳେ ମୃତ୍ୟୁ ହେବା ପରିବାର ଅନ୍ୟ ସମସ୍ତଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି।

ସୂଚନା ମୁତାବକ, ବର୍ଷାକୁ ଦୃଷ୍ଟିରେ ରଖି ଏହି ପରିବାର ଲୋକେ ନିଜ ଘର ନିଜେ ତିଆରି କରିବାରେ ଲାଗି ପଡ଼ିଥିଲେ। ଘର ଉପରେ ଚଢ଼ି ଆଜବେଷ୍ଟସ ପକାଉଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସମସ୍ତେ ଅଚେତ ହୋଇ ମାଟି କାମୁଡ଼ି ପଡ଼ିଥିଲେ। ଗ୍ରାମବାସୀ ଏହି ଘଟଣା ଦେଖିବା ପରେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବଜ୍ରପାତରେ ଜଣଙ୍କ ଗୋଡ଼ର କିଛି ଅଂଶ ଜଳି ଯାଇଥିବା ଦେଖିବାକୁ ମିଳିଛି।

Advertisment