Advertisment

ରାଜ୍ୟରେ କଲବଲ କରୁଛି ତାତି; ନୂଆପଡ଼ା ଉତ୍ତପ୍ତ ସହର

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୭ ତାରିଖରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବ।

ଅଦ୍ୟତନ ହୋଇଛି
Heat Wave

Heat Wave

Advertisment

ତାତି କରୁଛି କଲବଲ। ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ। ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୫ ସହରର ତାପମାତ୍ରା। ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୨.୮ ଡିଗ୍ରୀ ଟପିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମଲହରୀ ଜାରି ରହିବ।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ଆଜି ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ସମ୍ୱଲପୁରରେ ୪୨.୯ ଡିଗ୍ରୀ, ଭୁବନେଶ୍ୱରରେ ୪୨.୮ ଡିଗ୍ରୀ, ସୋନପୁରରେ ୪୨.୫ ଡିଗ୍ରୀ, ରାଉରକେଲାରେ ୪୨.୪ ଡିଗ୍ରୀ, ଢେଙ୍କାନାଳରେ ୪୨.୩ ଡିଗ୍ରୀ, ବଲାଙ୍ଗିରରେ ୪୧.୭ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ବରଗଡ଼ରେ ୪୧.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୨ ଡିଗ୍ରୀ, ବୌଦ୍ଧରେ ୪୧.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୧.୦ ଡିଗ୍ରୀ, ହୀରାକୁଦରେ ୪୦.୯ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଯାଜପୁରରେ ୪୦.୫ ଡିଗ୍ରୀ, ଜଗତସିଂହପୁରରେ ୪୦.୨ ଡିଗ୍ରୀ, ନୟାଗଡ଼ରେ ୪୦.୨ ଡିଗ୍ରୀ ଓ କେନ୍ଦୁଝରରେ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ପାରଳାଖେମୁଣ୍ଡିରେ ୩୯.୬ ଡିଗ୍ରୀ, ଦେବଗଡ଼ରେ ୩୯.୪ ଡିଗ୍ରୀ, ଫୁଲବାଣୀରେ ୩୯.୦ ଡିଗ୍ରୀ, ବ୍ରହ୍ମପୁରରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୮.୬ ଡିଗ୍ରୀ, ବାଲେଶ୍ୱରରେ ୩୭.୬ ଡିଗ୍ରୀ, ରାୟଗଡ଼ାରେ ୩୬.୬ ଡିଗ୍ରୀ, ନବରଙ୍ଗପୁରରେ ୩୫.୮ ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପୁରୀରେ ୩୫.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ପାରାଦୀପରେ ୩୪.୦ ଡିଗ୍ରୀ ଓ ଗୋପାଳପୁରରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୭ ତାରିଖରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବ। ଏହା ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Heat Wave Heat Wave In Odisha Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe