Advertisment

ରାତ୍ର ଭୋଜନ ଖାଇ ୨୧ ଛାତ୍ରଛାତ୍ରୀ ଅସୁସ୍ଥ

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପିଲାମାନେ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିଥାନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
student

student

ରାତ୍ର ଭୋଜନ ଖାଇ ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ।

Advertisment

ସାଲେଭଟା ପ୍ରାଥମିକ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ ୪୪ଜଣ ପିଲା ରହି ପାଠ ପଢ଼ୁଛନ୍ତି। ଗତକାଲି ରାତ୍ରି ଭୋଜନରେ ପିଲାମାନେ ଭାତ ଓ ଅଣ୍ଡା ତରକାରୀ ଖାଇଥିଲେ। ଖାଇବାର କିଛି ସମୟ ପରେ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ରାତିରେ ୨୧ ଜଣ ପିଲାମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ପ୍ରାଥମିକ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରିଥିଲେ। ସୁସ୍ଥ ହୋଇ ଫେରିଥିବା  ୬ଜଣ ଛାତ୍ରଛାତ୍ରୀ ଆଜି ସକାଳେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପିଲାମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।

Advertisment

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କ ପିଲାମାନେ ରୁତୁକାଳୀନ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ିଥାନ୍ତି।

Students Ill