Advertisment

ଦଶାହ ଭୋଜି ଖାଇ ୨୫ ଅସୁସ୍ଥ

୨୩ ଜଣ ଗ୍ରାମବାସୀଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Nuapada

Nuapada

ଦଶାହ ଭୋଜି ଖାଇ ୨୫ଜଣ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରିଷିଗାଁରେ। ୨୩ ଜଣ ଗ୍ରାମବାସୀଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଗ୍ରାମବାସୀଙ୍କୁ ମେଡିକାଲ ଟିମ୍‌ ପହଞ୍ଚି ଚିକିତ୍ସା କରୁଛନ୍ତି।

Advertisment

ଗତକାଲି ଗାଁରେ ଏକ ଦଶାହ ଭୋଜି ଥିଲା। ଭୋଜି ଖାଇବା ପରେ ହଠାତ୍ କିଛି ଗ୍ରାମମବାସୀଙ୍କର ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକେ ଝାଡ଼ାବାନ୍ତି ଭଲ ହୋଇଯିବା ପାଇଁ ପ୍ରଥମେ ଘରୋଇ ଉପଚାର କରିଥିଲେ। ହେଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ବରଂ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ପରେ ପରିବାର ଲୋକେ ସେମାନଙ୍କୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଁରେ ଥିବା ଅନ୍ୟ ଗ୍ରାମବାସୀଙ୍କ ଚିକତ୍ସା ପାଇଁ ଖଡ଼ିଆଳ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକମାନଙ୍କର ଚିକିତ୍ସା କରୁଛନ୍ତି।

 ଭୋଜି ଖାଇବା ପରେ କେଉଁ କାରଣ ପାଇଁ ଲୋକମାନଙ୍କୁ  ଝାଡ଼ାବାନ୍ତି ହେଲା ତା’ର କାରଣ ଜଣାପଡ଼ିନାହିଁ। ଖାଦ୍ୟ ବିଷାକ୍ତ ହୋଇଯାଇଥିଲା କି ନା ଅନ୍ୟ କାରଣ ଅଛି ତାହା ଜଣାପଡ଼ି ନାହିଁ।

Advertisment
Nuapada