/odisha-reporter/media/post_attachments/uploads/2021/05/gvb-11.jpg)
gvb-11
ନୂଆପଡା(ମାୟାଧର ସରାଫ) ମହାମାରୀ କରୋନାରେ ଅନେକ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ କରୋନା ସହ ୭ ଦିନ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ଜଣେ ୨୬ ଦିନର ଶିଶୁ । ନୂଆପଡା ସଦର ବ୍ଲକ ବିରୋମାଲ ପଞ୍ଚାୟତର ଭାଲୁକୋନା ଗାଁର ଜଣେ ୨୬ ଦିନର ଶିଶୁ ଅସୁସ୍ଥ ହୋଇ ପଡି ଥିଲା । ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଥିଲେ ।
Advertisment
ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଉକ୍ତ ଶିଶୁର କରୋନା ଟେଷ୍ଟ କରା ଯାଇ ଥିଲା । କରୋନା ଟେଷ୍ଟରେ ଶିଶୁଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିଲା । ଗତ ୧୨ ତାରିଖ ଦିନ ତାକୁ ଶିଶୁ ୱାଡର ଏସଏନସିୟୁରେ ଭର୍ତ୍ତି କରା ଯାଇ ଥିଲା ।
https://twitter.com/DM_Nuapada/status/1394527850988855296?s=20
ଡାକ୍ତରମାନଙ୍କ ଉପଯୁକ୍ତ ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ୧୮ ତାରିଖ ଦିନ ଘରକୁ ଫେରି ଯାଇଛି । ଶିଶୁର ମା ମଧ୍ୟ କିଛି ଦିନ ପୂର୍ବରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଥିଲେ । ଶିଶୁ ସୁସ୍ଥ ଥିବା ନୂଆପଡା ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
