କରୋନାକୁ ହରାଇଲା ନୂଆପଡ଼ାର ୨୬ ଦିନର ଶିଶୁ

ନୂଆପଡା(ମାୟାଧର ସରାଫ) ମହାମାରୀ କରୋନାରେ ଅନେକ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ କରୋନା ସହ ୭ ଦିନ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ଜଣେ ୨୬ ଦିନର ଶିଶୁ । ନୂଆପଡା ସଦର ବ୍ଲକ ବିରୋମାଲ ପଞ୍ଚାୟତର ଭାଲୁକୋନା ଗାଁର ଜଣେ ୨୬ ଦିନର ଶିଶୁ ଅସୁସ୍ଥ ହୋଇ ପଡି ଥିଲା । ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଉକ୍ତ ଶିଶୁର କରୋନା ଟେଷ୍ଟ କରା […]

gvb-11

Tapas Behera
  • Published: Wednesday, 19 May 2021
  • , Updated: 19 May 2021, 05:37 PM IST

ନୂଆପଡା(ମାୟାଧର ସରାଫ) ମହାମାରୀ କରୋନାରେ ଅନେକ ନିଜ ଜୀବନକୁ ହରାଇଛନ୍ତି। କିନ୍ତୁ କରୋନା ସହ ୭ ଦିନ ଯୁଦ୍ଧ କରି ବିଜୟୀ ହୋଇଛନ୍ତି ଜଣେ ୨୬ ଦିନର ଶିଶୁ । ନୂଆପଡା ସଦର ବ୍ଲକ ବିରୋମାଲ ପଞ୍ଚାୟତର ଭାଲୁକୋନା ଗାଁର ଜଣେ ୨୬ ଦିନର ଶିଶୁ ଅସୁସ୍ଥ ହୋଇ ପଡି ଥିଲା । ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଆଣି ଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବରୁ ଉକ୍ତ ଶିଶୁର କରୋନା ଟେଷ୍ଟ କରା ଯାଇ ଥିଲା । କରୋନା ଟେଷ୍ଟରେ ଶିଶୁଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିଲା । ଗତ ୧୨ ତାରିଖ ଦିନ ତାକୁ ଶିଶୁ ୱାଡର ଏସଏନସିୟୁରେ ଭର୍ତ୍ତି କରା ଯାଇ ଥିଲା ।

https://twitter.com/DM_Nuapada/status/1394527850988855296?s=20

ଡାକ୍ତରମାନଙ୍କ ଉପଯୁକ୍ତ ଚିକିତ୍ସା ପରେ ଶିଶୁଟି ସୁସ୍ଥ ହୋଇ ୧୮ ତାରିଖ ଦିନ ଘରକୁ ଫେରି ଯାଇଛି । ଶିଶୁର ମା ମଧ୍ୟ କିଛି ଦିନ ପୂର୍ବରୁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଥିଲେ । ଶିଶୁ ସୁସ୍ଥ ଥିବା ନୂଆପଡା ଜିଲ୍ଲାପାଳ ଟ୍ୱିଟ୍‌ କରି  ସୂଚନା ଦେଇଛନ୍ତି ।

Related story