Advertisment

ପୁଣି ମାତିଲା ବାଘୁଣୀ, ବାଛୁରୀକୁ ଟାଣି ଖାଇଲା

ବାଘଟି ଆମାନାରା ପଂଚାୟତ ତରିଆ ମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇ ଆସିଛି । ବନ ବିଭାଗର ବହୁ ଚେଷ୍ଟା ପରେ ବି ବାଘଟି ଧରା ଛୁଆଁ ଦେଉନି।

ଅଦ୍ୟତନ ହୋଇଛି
Village

Village

Advertisment

ନୂଆପଡ଼ା ସଦର ରେଞ୍ଜ ଅଧୀନ ଆମାନାରା ପଞ୍ଚାୟତ ଅଞ୍ଚଳରେ କିଛି ଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇଛି ବାଘୁଣୀ । ୨ ଦିନ ତଳେ ବାଘୁଣୀଟି ବେଲରଦନା ଗାଁର ଏକ ଗୁହାଳରେ ପଶି ଏକ ବାଛୁରୀକୁ ମାରି ଖାଇଥିବା ବେଳେ ଆଜି ମଧ୍ୟ ସମାନ ଘଟଣା ଘଟିଛି। ଆଜି ସକାଳେ ବାଘୁଣୀଟି ପାୱାରତୋଲା ଗାଁର ଏକ ଗୁହାଳରୁ ବାଛୁରୀକୁ ଟାଣି ନେଇ ଖାଇ ଯାଇଛି ।

Advertisment

ଗତ କାଲି ରାତିରେ ପାୱାରତୋଲା ଗାଁର ଚିଟିରାମ ସତନାମୀ ନିଜ ଗୁହାଲରେ ଗାଈ ଓ ବାଛୁରୀକୁ ବାନ୍ଧି ରଖିଥିଲେ । ବିଳମ୍ବିତ ରାତିରେ ବାଘୁଣୀଟି ମୁଷରଙ୍ଗୀ ଜଙ୍ଗଲରୁ ଶିକାର ପାଇଁ ବାହାରିଥିଲା । ତେବେ ବାଘଟି ପାୱାରତୋଲା ଗାଁର ଚିଟିରାମଙ୍କ ଗୁହାଲରେ ପଶି ବାଛୁରୀକୁ ଟାଣି ନେଇ ଖାଇ ଯାଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗ ଟିମ୍‌ ପହଞ୍ଚି ନ ଥିବା ଗାଁ ଲୋକେ କହିଛନ୍ତି । ଏବେ ବାଘୁଣୀ ଭୟରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।

ପ୍ରାୟ ମାସେ ହେବ ଆମାନାରା ପଞ୍ଚାୟତ ଏକ ବାଘୁଣୀ ଖାଦ୍ୟ ଅନ୍ୱେଷଣରେ ଆସିଥିବା ନିଜ ଶାବକ ସହ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ରହି ଯାଇଛି। ସେହିଦିନଠାରୁ ବାଘଟି ଆମାନାରା ପଂଚାୟତ ତରିଆ ମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଆତଙ୍କ ଚଳାଇ ଆସିଛି । ବନ ବିଭାଗର ବହୁ ଚେଷ୍ଟା ପରେ ବି ବାଘଟି ଧରା ଛୁଆଁ ଦେଉନି।

Advertisment

ତେଣୁ ଲୋକେ ସନ୍ଧ୍ୟା ହେଲେ ଘର ତାଟି କବାଟ ପକାଇ ରହୁଛନ୍ତି। ଏପରିକି ଦିନରେ ବି ସେମାନେ କାମଧନ୍ଦା କରିବାକୁ ବାହାରୁ ନ ଥିବା ବେଳେ ପିଲାଙ୍କୁ ବି ସ୍କୁଲ ଛାଡ଼ୁ ନାହାନ୍ତି। 

Tiger Attack Calf
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe