Advertisment

ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

ନୂଆପଡା(ମାୟାଧର ସରାଫ) ଏବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡା ଜିଲ୍ଲାରେ ମରୁଡିର ପଦଧ୍ୱନୀ। ପ୍ରକୃତିର କୋପର ଶୀକାର ହୋଇ ଚାଷୀ ଏବେ ଭଗବାନଙ୍କ ଶରଣରେ। ଶେଷରେ ଚାଷୀ ବର୍ଷାର ପାଇଁ ଭଗବାନଙ୍କ ଶରଣରେ ପସିଛି। ଲୋକ ବିଶ୍ୱାସ ଅଛି ଯେ, ବେଙ୍ଗ ବେଙ୍ଗୁଲି ବାହାଘର କଲେ କୁଆଡେ ବର୍ଷା ହୁଏ। ନୂଆପଡା ଜିଲ୍ଲା ତରବୋଡ ଗାଁରେ ଆୟୋଜିତ ହୋଇଛି ବର୍ଷା ପାଇଁ ନିଆରା ବେଙ୍ଗବେଙ୍ଗୁଲି  ବାହାଘର। ପ୍ରକୃତିର କୋପ ଆଗରେ ହାର ମାନିଛି ମଣିଷ। କିଛି ଦିନ […]

ଅଦ୍ୟତନ ହୋଇଛି
ବର୍ଷା ପାଇଁ ବେଙ୍ଗ-ବେଙ୍ଗୁଲି ବାହାଘର

5hm

Advertisment

ନୂଆପଡା(ମାୟାଧର ସରାଫ) ଏବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡା ଜିଲ୍ଲାରେ ମରୁଡିର ପଦଧ୍ୱନୀ। ପ୍ରକୃତିର କୋପର ଶୀକାର ହୋଇ ଚାଷୀ ଏବେ ଭଗବାନଙ୍କ ଶରଣରେ। ଶେଷରେ ଚାଷୀ ବର୍ଷାର ପାଇଁ ଭଗବାନଙ୍କ ଶରଣରେ ପସିଛି। ଲୋକ ବିଶ୍ୱାସ ଅଛି ଯେ, ବେଙ୍ଗ ବେଙ୍ଗୁଲି ବାହାଘର କଲେ କୁଆଡେ ବର୍ଷା ହୁଏ। ନୂଆପଡା ଜିଲ୍ଲା ତରବୋଡ ଗାଁରେ ଆୟୋଜିତ ହୋଇଛି ବର୍ଷା ପାଇଁ ନିଆରା ବେଙ୍ଗବେଙ୍ଗୁଲି  ବାହାଘର।

Advertisment

ପ୍ରକୃତିର କୋପ ଆଗରେ ହାର ମାନିଛି ମଣିଷ। କିଛି ଦିନ ହେବ ନୂଆପଡା ଜିଲ୍ଲା ଆକାଶରେ କେବଳ ଭସା ବାଦଲ। କିନ୍ତୁ ବଷାର୍ର ଦେଖା ନାହିଁ। ବର୍ଷାର ଅଭାବ ଯୋଗୁଁ ଜମି ସବୁ ଆଁ କରିଥିବା ବେଳେ ଯାହା ଚାଷ ହୋଇ ଥିଲା ତାହା ବି ମରିବାକୁ ବସିଲାଣି। ଲୋକ ବିଶ୍ୱାସ ଅଛି ଯେ, ଏମିତି ପରିସ୍ଥିତିରେ ବେଙ୍ଗବେଙ୍ଗୁଲି ବାହାଘର କଲେ ବର୍ଷା ହୁଏ। ତେଣୁ ନୂଆପଡା ଜିଲ୍ଲା ତରବୋଡ ଗାଁ ନବୋଦୟ ପଡାରେ ଆୟୋଜିତ ହୋଇ ଯାଇଛି ନିଆରା ବେଙ୍ଗବେଙ୍ଗୁଲି  ବାହାଘର।

ନୂଆପଡା ଜିଲ୍ଲାରେ ଏବେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ସାଂଘାତିକ ପରିସ୍ଥିତି। ବର୍ଷା ଅଭାବରୁ ଅନେକ ଜମି ପଡିଆ ପଡିଥିବା ବେଳେ ଯାହା ଚାଷ ହୋଇ ଥିଲା ଜମି ଫାଟି ଗଲାଣି। ଚାଷ ମରି ଗଲାଣି। ଜୁନ ମାସରେ ୨୧୦ ମିମି ହେବା ସ୍ଥାନରେ ୧୮୧ ମିମି , ଜୁଲାଇ ମାସରରେ ୩୪୭ ମିମି ସ୍ଥାନରେ ହୋଇଛି ୩୨୯ ମିମି ବର୍ଷା। ପୁଣି ଅଗଷ୍ଟ ମାସ ପହିଲାରୁ ବଷାର୍ର ଦେଖା ନାହିଁ। କିଛି ଦିନ ଏମିତି ସ୍ଥିତି ରହିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଣାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe