/odisha-reporter/media/post_attachments/uploadimage/library/16_9/16_9_0/Tiger__1683614968.jpg)
Tiger
୨୦ରୁ ଅଧିକ ଦିନ ଧରି ନୂଆପଡ଼ା ରେଞ୍ଜ ଅଫିସରେ ମରଣ ସହ ସଂଘର୍ଷ କରି ଶେଷରେ ହାରିଗଲା କଲରାପତରିଆ ବାଘ। ବାଘଟିକୁ ମାତ୍ର ଦେଢ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଛି।
ଗତ ଏପ୍ରିଲ ୧୬ ତାରିଖରେ ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକସନର ସିଲିଆରିବାହାରା ଗାଁ ନିକଟ ଜଙ୍ଗଲରେ ଏହି କଲରାପତରିଆ ବାଘ ପଡ଼ି ଛଟପଟ ହେଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଟିମ୍ ପହଞ୍ଚି ସେଠାରେ ବାଘଟିର ଚିକିତ୍ସା କରିଥିଲା।
୨ ଦିନ ଚିକିତ୍ସା କରିବା ପରେ ବି ବାଘଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାକୁ ଜନ୍ତାରେ ନୂଆପଡ଼ା ରେଞ୍ଜ ଅଫିସକୁ ଅଣାଯାଇଥିଲା। ସେଠାରେ ଓୟୁଏଟି ଡାକ୍ତର ଇନ୍ଦ୍ରମଣି ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରାଣୀଧନ ଡାକ୍ତର ବାଘଟିର ଚିକିତ୍ସା କରୁଥିଲେ।
ଦୀର୍ଘ ଦିନ ଚିକିତ୍ସା ପରେ ବାଘଟି ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ଗତକାଲି ରାତିରେ ଆଖି ବୁଜି ଦେଇଛି। ଆଜି ଶବ ବ୍ୟବଚ୍ଛେଦ ପରେ ବାଘଟିକୁ ପୋତି ଦିଆଯିବ ବୋଲି ନୂଆପଡ଼ା ଏସିଏଫ୍ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
