Advertisment

୨୦ରୁ ଅଧିକ ଦିନ ଛଟପଟ ହୋଇ ଆଖି ବୁଜିଲା କଲରାପତରିଆ ବାଘ

ସିଲିଆରିବାହାରା ଗାଁ ନିକଟ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଏହି ବାଘକୁ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
Tiger

Tiger

Advertisment

୨୦ରୁ ଅଧିକ ଦିନ ଧରି ନୂଆପଡ଼ା ରେଞ୍ଜ ଅଫିସରେ ମରଣ ସହ ସଂଘର୍ଷ କରି ଶେଷରେ ହାରିଗଲା କଲରାପତରିଆ ବାଘ। ବାଘଟିକୁ ମାତ୍ର ଦେଢ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଛି। 

Advertisment

ଗତ ଏପ୍ରିଲ ୧୬ ତାରିଖରେ ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକସନର ସିଲିଆରିବାହାରା ଗାଁ ନିକଟ ଜଙ୍ଗଲରେ ଏହି କଲରାପତରିଆ ବାଘ ପଡ଼ି ଛଟପଟ ହେଉଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଟିମ୍‌ ପହଞ୍ଚି ସେଠାରେ ବାଘଟିର ଚିକିତ୍ସା କରିଥିଲା। 

୨ ଦିନ ଚିକିତ୍ସା କରିବା ପରେ ବି ବାଘଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାକୁ ଜନ୍ତାରେ ନୂଆପଡ଼ା ରେଞ୍ଜ ଅଫିସକୁ ଅଣାଯାଇଥିଲା। ସେଠାରେ ଓୟୁଏଟି ଡାକ୍ତର ଇନ୍ଦ୍ରମଣି ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରାଣୀଧନ ଡାକ୍ତର ବାଘଟିର ଚିକିତ୍ସା କରୁଥିଲେ। 

Advertisment

ଦୀର୍ଘ ଦିନ ଚିକିତ୍ସା ପରେ ବାଘଟି ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍‌ ଗତକାଲି ରାତିରେ ଆଖି ବୁଜି ଦେଇଛି। ଆଜି ଶବ ବ୍ୟବଚ୍ଛେଦ ପରେ  ବାଘଟିକୁ ପୋତି ଦିଆଯିବ ବୋଲି ନୂଆପଡ଼ା ଏସିଏଫ୍ ସୂଚନା ଦେଇଛନ୍ତି।

Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe