Advertisment

କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ!

ଜଳମଡ଼େଇ ଗାଁରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ କଲରାପତରିଆ ବାଘର ଚିତ୍ର କଏଦ ହୋଇଛି। ଯାହାର ଫଟୋ ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି, କ୍ୟାମେରାରେ କଏଦ ହୋଇଥିବା କଲରାପତରିଆ ବାଘ ହିଁ ମହିଳାଙ୍କୁ ଖାଇଯାଇଛି।

ଅଦ୍ୟତନ ହୋଇଛି
Nuapada

Nuapada

Advertisment

ଗତ କିଛି ଦିନ ଧରି ସୁନାବେଡ଼ା ଅଭୟାରଣ୍ୟ ଓ ନୂଆପଡ଼ା ସଦର ରେଞ୍ଜ ଅଞ୍ଚଳରେ ବାଘ ଉତ୍ପାତ କରୁଛି। କେତେବେଳେ କେଉଁଠି କାହାକୁ ଶିକାର କରୁଥିଲା କେହି ଜାଣିପାରୁନଥିଲେ। ତେଣୁ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏହା ପରେ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଟ୍ରପ୍‌ କ୍ୟାମେରା ଖଞ୍ଜିଥିଲା। ତେବେ ସୁନାବେଡ଼ା ଅଭୟାରଣ୍ୟର ଜଳମଡ଼େଇ ଗାଁରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ଉକ୍ତ କଲରାପତରିଆ ବାଘର ଚିତ୍ର ଆସିଛି। ଏହି ବାଘଟି ମଣିଷ ଖାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ସୁନାବେଡ଼ ଅଭୟାରଣ୍ୟର ଜଳମଡ଼େଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇଯାଇଥିଲା। ଏ ନେଇ ଅଭିଯୋଗ ହେବା ପରେ ଜଳମଡ଼େଇ ଗାଁ ଓ ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବନ ବିଭାଗ ୧୩ଟି ଟ୍ରାପ୍‌ କ୍ୟାମେରା ଲଗାଇଥିଲା। ଆଉ ପ୍ରତିଦିନ ଜଙ୍ଗଲରେ ଘଟୁଥିବା ଏକ୍ଟିଭିଟି ଉପରେ ନଜର ରଖିଥିଲା ବନ ବିଭାଗ। ତେବେ ଜଳମଡ଼େଇ ଗାଁରେ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ କଲରାପତରିଆ ବାଘର ଚିତ୍ର କଏଦ ହୋଇଛି। ଯାହାର ଫଟୋ ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି, କ୍ୟାମେରାରେ କଏଦ ହୋଇଥିବା କଲରାପତରିଆ ବାଘ ହିଁ ମହିଳାଙ୍କୁ ଖାଇଯାଇଛି।

ସେପଟେ ନୂଆପଡ଼ା ସଦର ରେଞ୍ଜର ଆମାନାରା ସେକ୍‌ସନ୍‌ର ତରିଆମହୁଆଭଟ୍ଟା ଓ ଆଖପାଖ ଗାଁରେ ମଧ୍ୟ କଲରାପତରିଆ ବାଘ ଉତ୍ପାତ କରୁଥିଲା। ବାଘଟି ରାତିର ଅନ୍ଧକାରରେ ଗୋରୁ ଗାଈଙ୍କୁ ଶିକାର କରୁଥିଲା। ମାସେ ଭିତରେ ବାଘଟି ୧୦ରୁ ଅଧିକ ଗୋରୁଙ୍କୁ ଶିକାର କରିଥିବା ଗାଁ ଲୋକ କହିଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ବନ ବିଭାଗ ତରିଆମହୁଆଭଟ୍ଟା ଗାଁ ଓ ଆଖପାଖ ଅଞ୍ଚଳରେ ଟ୍ରାପ୍‌ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖିଥିଲା।

Advertisment

କିଛି ଦିନ ତଳେ ବନ ବିଭାଗ କହିଥିଲା, ତରିଆମହୁଆଭଟ୍ଟା ଗାଁରେ ଶିକାର କରୁଥିବା କଲରାପତରିଆ ବାଘଟି ସୁନାବେଡ଼ା ଅଭୟାରଣ୍ୟରୁ ଆସିଛି। ବାଘଟି ଶିକାର କରିବାକୁ ଜଙ୍ଗଲ ଭିତରକୁ ଯାଉନାହିଁ। କାରଣ ଜଙ୍ଗଲ ପାର୍ଶ୍ୱରେ ଗୋରୁ ଗାଈ ମିଳୁଥିବାରୁ ଅନାୟସ୍‌ ଶିକାର କରୁଛି। ସେଥିପାଇଁ ତାକୁ ବେଶୀ ପରିଶ୍ରମ କରିବାକୁ ପଡ଼ିନାହିଁ। ଗାଁ ଲୋକେ ନିଜର ଗୋରୁଙ୍କୁ ଗୁହାଳରେ ବାନ୍ଧି ରଖିଲେ ବାଘଟି ଆସିବ ନାହିଁ ବୋଲି କିଛିଦିନ ତଳେ ବନ ବିଭାଗ କହିଥିଲା।

ରିପୋର୍ଟ- ନୟାଗଡ଼ରୁ ମାୟାଧର ସରାଫ୍‌

Forest Nuapada Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe