Advertisment

ପ୍ରଥମଥର ସମ୍ବଲପୁରୀ ଗୀତ ଗାଇଲେ କୁମାର ସାନୁ

ଖଡ଼ିଆଳ (କୁନାଲ ବେହେରା): ସମ୍ବଲପୁରୀ ଗୀତର ତାଳ ସମସ୍ତଙ୍କୁ ମତୁଆଲା କରିଥାଏ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ସମ୍ବଲପୁରୀ ଗୀତର ଖୁବ୍ ଡିମାଣ୍ଡ ରହିଛି। ସମ୍ବଲପୁରୀ ଗୀତ ଲୋକଙ୍କ ହୃଦୟକୁ ଛୁଇଁଥାଏ। ଏହି ଗୀତର ତାଳ, ଲୟ, ସ୍ୱରରେ ବିଶ୍ୱର ସଂଗୀତପ୍ରେମୀ ଝୁମିଥାନ୍ତି। ଓଲିଉଡ ଓ ବଲିଉଡର ଅନେକ ନାମୀଦାମୀ ଗାୟକ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏବେ ବଲିଉଡରେ ଅନେକ ସୁପର ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ ମଧ୍ୟ ସମ୍ବଲପୁରୀ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଥମଥର ସମ୍ବଲପୁରୀ ଗୀତ ଗାଇଲେ କୁମାର ସାନୁ

kumar-sanu

ଖଡ଼ିଆଳ (କୁନାଲ ବେହେରା): ସମ୍ବଲପୁରୀ ଗୀତର ତାଳ ସମସ୍ତଙ୍କୁ ମତୁଆଲା କରିଥାଏ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ମଧ୍ୟ ସମ୍ବଲପୁରୀ ଗୀତର ଖୁବ୍ ଡିମାଣ୍ଡ ରହିଛି। ସମ୍ବଲପୁରୀ ଗୀତ ଲୋକଙ୍କ ହୃଦୟକୁ ଛୁଇଁଥାଏ। ଏହି ଗୀତର ତାଳ, ଲୟ, ସ୍ୱରରେ ବିଶ୍ୱର ସଂଗୀତପ୍ରେମୀ ଝୁମିଥାନ୍ତି। ଓଲିଉଡ ଓ ବଲିଉଡର ଅନେକ ନାମୀଦାମୀ ଗାୟକ ସମ୍ବଲପୁରୀ ଗୀତ ଗାଇଛନ୍ତି। ଏବେ ବଲିଉଡରେ ଅନେକ ସୁପର ହିଟ୍ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ ମଧ୍ୟ ସମ୍ବଲପୁରୀ ଗୀତ ଗାଉଥିବାର ଦେଖିବାକୁ ମିଳିବ।

Advertisment

ସଙ୍ଗୀତ ଜଗତର ବାଦଶାହ କୁମାର ସାହୁ ପ୍ରଥମ ଥର ସମ୍ବଲପୁରୀ ଗାଇଛନ୍ତି। ନୂଆପଡା ଜିଲ୍ଲା କୋମନା ବ୍ଲକ ଖଇରଭାଡ଼ି ଗ୍ରାମର ଜଣାଶୁଣା ମ୍ୟୁଜିକ ଡାଇରେକ୍ଟର ବୃନ୍ଦାବନ ମେହେରଙ୍କ ନିର୍ଦ୍ଦେଶନା ଓ ରଚନାରେ ସେ ଓଲିଉଡ ଗାୟିକା ଅମ୍ରିତା ନାୟକଙ୍କ ସହ ଏହି ଗୀତ ଗାଇଥିବା ଜଣାପଡିଛି।

ମୁମ୍ବାଇର ପଞ୍ଚମ ଷ୍ଟୁଡିଓରେ ଏହି ଗୀତର ରେକର୍ଡିଂ ହୋଇଛି। ଆସନ୍ତା ଅକ୍ଟୋବର ୧ ତାରିଖରେ ୟୁଟ୍ୟୁବ ଚ୍ୟାନେଲ ଆରକେ ମିଡିଆରେ ଏହି ଗୀତ ମୁକ୍ତିଲାଭ କରିବ ବୋଲି ଶ୍ରୀ ମେହେର ପ୍ରକାଶ କରିଛନ୍ତି। ପୂର୍ବରୁ ଶ୍ରୀ ମେହେରଙ୍କ ନିର୍ଦ୍ଦେଶନାରେ ବଲିଉଡ ଗାୟକ ବିନୋଦ ରାଠୋର ଓ ଉଦିତ ନାରାୟଣ ସମ୍ବଲପୁରୀ ଗୀତ ଗାଇଥିଲେ। ଦୁହିଁଙ୍କ ସ୍ୱର ମଧ୍ୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁଥିଲା। ଏବେ କୁମାର ସାନୁ ଗାଇଥିବା ଗୀତ ମଧ୍ୟ ଲୋକପ୍ରିୟତା ହାସଲ କରିବ ବୋଲି ସେ ଆଶା ବାନ୍ଧିଛନ୍ତି।

Advertisment