Advertisment

କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି....

ନୂଆପଡ଼ା(ମାୟାଧର ସରାଫ୍‌): ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାରେ ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି ସଚେତନତା ଅବା କୋଭିଡ୍‌ ମୃତକଙ୍କ ଶବକୁ ସତ୍କାର କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ  ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର । ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ […]

କରୋନା ରୋଗୀଙ୍କ ପାଇଁ ଭଗବାନ, ପୁଣି ସ୍ମଶାନର ସାଥି ବି....

6901

Advertisment

ନୂଆପଡ଼ା(ମାୟାଧର ସରାଫ୍‌): ଏବେ ନୂଆପଡା ଜିଲ୍ଲାରେ ଚର୍ଚ୍ଚାରେ ଖଡିଆଳର ଆୟୁଷ ଡାକ୍ତର ଅନ୍ନଦା ଶଙ୍କର ଦାସ । କରୋନା କାଳରେ ରୋଗୀ ସେବା ହେଉ କି ସଚେତନତା ଅବା କୋଭିଡ୍‌ ମୃତକଙ୍କ ଶବକୁ ସତ୍କାର କରି ସେ ମାନବିକତାର ପରିଚୟ ଦେଇଛନ୍ତି। ଏଯାଏଁ ସେ  ଖଡିଆଳ ଅଂଚଳରେ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ସରକାରୀ ଆୟୁଷ ଡାକ୍ତର ।

Advertisment

ରାତି ପାହିଲେ ଦୁଇ ଜଣ ଲାଗି ପଡନ୍ତି ଲୋକଙ୍କ ସେବାରେ । କେବେ ମେଡିକାଲରେ କରୋନା ରୋଗୀ ସେବାରେ ଦିନ କଟେ ତ କେବେ ଗାଁ ଗାଁ ଯାଇ  ଲୋକଙ୍କୁ କରୋନା ସଚେତନତା କରନ୍ତି । ଯେତେ ବେଳେ କରୋନା ରୋଗୀ ମୃତ୍ୟୁବରଣ କଲେ ପରିବାର ଓ ବନ୍ଧୁବବାନ୍ଧବ ଶବକୁ ଛୁଅନ୍ତି ନାହିଁ, ସେତିକି ବେଳେ ନିଜ ଟିମର ୪ ଜଣଙ୍କୁ ଧରି ପହଂଚି ଯାଆନ୍ତି ଡାକ୍ତର ଅନ୍ନଦା ଶଙ୍କର ।

ପିପିଇ କିଟ୍ ପିନ୍ଧି ଶବକୁ ଘରୁ ଆଣି ବା ମେଡିକାଲରୁ ଶ୍ମଶାନକୁ ନେଇ ରୀତିନୀତି ଅନୁସାରେ  ସତ୍କାର କରନ୍ତି । ସେ ଏଯାଏଁ ଖଡିଆଳ ଅଂଚଳର କରୋନାରେ ମୃତ ୧୪ ଜଣଙ୍କ ଶବ ସତ୍କାର କଲେଣି । ତାଙ୍କର ଏ ମହାନତାକୁ ତାଙ୍କ ଡାକ୍ତର ସ୍ତ୍ରୀ  ପ୍ରଶଂସା କରନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe