Advertisment

ଆଇପିଏଲ୍‌ ବେଟିଂ ଚାଲିଥିବା ବେଳେ ମାଡ଼ି ବସିଲା ପୁଲିସ୍‌

ଖରିଆର ରୋଡ୍‌ ସ୍ଥିତ ରାମ ମନ୍ଦିର ପଛ ପାର୍ଶ୍ୱରେ ଏକ ଘରେ ଟାଲିଥିଲା ଆଇପିଏଲ୍‌ ବେଟିଂ। ବିଶେଷ ସୂଚ୍ରରୁ ଖବର ପାଇ ଜୋଙ୍କ ଥାନା ପୁଲିସ ଅଚାନକ ଚଢଉ କରିଥିଲା।

Nuapada

Nuapada

Advertisment

ଆଇପିଏଲ୍‌ ବେଟିଂ ଚାଲିଥିବା ବେଳେ ମାଡ଼ି ବସିଲା ପୁଲିସ୍‌। ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୨୧ରୁ ଅଧିକ ମୋବାଇଲ୍‌ ଓ ଅନ୍ୟାନ୍ୟ ବହୁ ସରଞ୍ଜାମ ଜବତ କରିଛି। ନୂଆପଡ଼ା ପୁଲିସ୍‌କୁ ଏହି ସଫଳତା ମିଳିଛି।

Advertisment

ଖରିଆର ରୋଡ୍‌ ସ୍ଥିତ ରାମ ମନ୍ଦିର ପଛ ପାର୍ଶ୍ୱରେ ଏକ ଘରେ ଟାଲିଥିଲା ଆଇପିଏଲ୍‌ ବେଟିଂ। ବିଶେଷ ସୂଚ୍ରରୁ ଖବର ପାଇ ଜୋଙ୍କ ଥାନା ପୁଲିସ ଅଚାନକ ଚଢଉ କରିଥିଲା। ଚଢ଼ଉ ସମୟରେ ଆଇପିଏଲ୍‌ ବେଟିଂ ଚାଲିଥିଲା। ପୁଲିସ୍‌ ସେଠାରୁ ୫ ଜଣ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଯୁବକମାନେ ଛତିଶଗଡ ରାଜ୍ୟ ରାୟପୁର, ବେମେତରା ଓ ରାଜନନ୍ଦଗାଓଁ ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ଏଠାରେ ରହି ଆଇପିଏଲ୍‌ ବେଟିଂ କରୁଥିଲେ।

ଗିରଫ ଯୁବକଙ୍କଠାରୁ ୨୧ଟି ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍‌, ୪ ଲାପଟପ୍, ବିଭିନ୍ନ ବ୍ୟାଙ୍କର ୧୫ଟି ଏଟିଏମ୍‌ କାର୍ଡ, ବିଭିନ୍ନ ବ୍ୟାଙ୍କର ୧୦ଟି ଚେକବୁକ୍‌ ଓ ୫ଟି ପାସବୁକ, ଗୋଟିଏ ଡାଏରୀ ଜବତ କରିଛି ପୁଲିସ୍‌। ତେବେ ଏଠାରେ କେତେଦିନ ଧରି ବେଟିଂ ଚାଲିଥିଲା ଓ ଆଉ କାହାର ସମ୍ପୃକ୍ତି ରହିଛି, ପୁଲିସ୍‌ ତାହା ଉପରେ ତଦନ୍ତ କରୁଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି।

Advertisment

ରିପୋର୍ଟ-ନୂଆପଡ଼ାରୁ ମାୟାଧର ସରାଫ

IPL Betting Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe