Advertisment

ନୂଆପଡ଼ାରେ ବାଘ ଆତଙ୍କ; ୨ ଗାଈ ଓ ବାଛୁରୀକୁ ମାରିଦେଲା

ମହୁଆଭଟା, ପାୱାରତଲା, କୁକୁଡ଼ାଟାଲ, ଜରିଡିହ, ମହୋରାଡିହ ଓ ପାତାଲ ଘୁଟକୁରି ଗାଁରେ ଲୋକଙ୍କୁ ରାତିରେ ଏକୁଟିଆ ନବାହାରିବାକୁ ଓ ଗୋରୁଗାଈଙ୍କୁ ନଛାଡ଼ିବାକୁ ସଚେତନ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Tiger attack

Tiger attack

ନୂଆପଡ଼ା ରେଞ୍ଜ ଆମାନାରା ପଞ୍ଚାୟତର ପାୱାରତଲା ଓ ତରିଆ ମହୁଆଭଟା ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଏକ କଲରାପତରିଆ ବାଘ ଗୁହାଳେ ପଶି ଦୁଇଟି ଗାଈ ଓ ଗୋଟିଏ ବାଛରୀକୁ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ଗତ ୬ ତାରିଖରେ ବାଘ ପାୱାରତଲା ଗାଁରେ ପଶି ମହେଶରାମ ନାଏକଙ୍କ ଗୁହାଳୁ ତାଙ୍କ ଗାଈକୁ ମାରି ଦେଇଥିଲା। ସେହିପରି ୮ ତାରିଖରେ ତରିଆ ମହୁଆଭଟା ଗାଁରେ ଗଣେଶରାମ ମାଝିଙ୍କ ଗୁହାଳ ଘରେ ପଶି ଏକ ଗାଈକୁ ମାରି ଦେଇଥିଲା। ଗତକାଲି ମଧ୍ୟ ଏକ ବାଛୁରୀକୁ ଗୁହାଳ ଭିତରୁ ଟାଣି ନେଇ ଗାଁର କିଛି ଦୂରରେ ମାରି ଦେଇଥିଲା ବାଘ। ଏହି ଘଟଣା ପରେ ଗ୍ରାମବାସୀଙ୍କ ଭିତରେ କୋକୁଆ ଭୟ ଖେଳିଯାଇଛି। ସନ୍ଧ୍ୟା ହେବା ପରେ ଗାଁରେ ତାଟିକବାଟ ପଡ଼ିଯାଉଛି। କେହି ଘରକୁ ବାହାରକୁ ବାହାରୁ ନାହାନ୍ତି।

ଘଟଣା ସଂପର୍କରେ ସୂଚନା ପାଇ ନୂଆପଡ଼ା ରେଞ୍ଜ ବନବିଭାଗ ଅଧିକାରୀ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଏହି ଗାଁ ଗୁଡ଼ିକ ମୁସରଙ୍ଗି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଓ ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଥିବାରୁ ସେଠାରୁ କଲତାପତରିଆ ବାଘ ଗାଁକୁ ପଶି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ଏହାସହ ବନ ବିଭାଗ ପକ୍ଷରୁ ମହୁଆଭଟା, ପାୱାରତଲା, କୁକୁଡ଼ାଟାଲ, ଜରିଡିହ, ମହୋରାଡିହ ଓ ପାତାଲ ଘୁଟକୁରି ଗାଁରେ ଲୋକଙ୍କୁ ରାତିରେ ଏକୁଟିଆ ନବାହାରିବାକୁ ଓ ଗୋରୁଗାଈଙ୍କୁ ନଛାଡ଼ିବାକୁ ସଚେତନ କରାଯାଉଛି।

Advertisment
Nuapada Tiger Attack