Advertisment

ତହସିଲ ଅଫିସ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

ଦିନ ପ୍ରାୟ ଗୋଟାଏ ବେଳେ ଜଗଦୀଶ ତହସିଲ ଅଫିସ୍ ବାହାରକୁ ଆସିଥିଲେ ଓ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ।

undefined

Fire

Advertisment

ନୂଆପଡ଼ା ତହସିଲ ଅଫିସ ସମ୍ମୁଖରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହି ଯୁବକ ଜଣଙ୍କ ହେଉଛନ୍ତି ନୂଆପଡ଼ା ସଦର ତହସିଲର କଲ୍ୟାଣପୁର ଗାଁର ଜଗଦୀଶ ଚୌହାନ। କୌଣସି ଜମିବାଡ଼ି କାମ ପାଇଁ ସେ ଆଜି ତହସିଲ ଅଫିସକୁ ଆସିଥିଲେ। କିନ୍ତୁ କ’ଣ ପରିସ୍ଥିତି ଉପୁଜିଲା ଯେ ସେ ଏମିତି ଏକ ପଦକ୍ଷେପ ଗ୍ରହଣ କଲେ, ତାହା ଜଣାପଡ଼ିନି।

ଦିନ ପ୍ରାୟ ଗୋଟାଏ ବେଳେ ଜଗଦୀଶ ତହସିଲ ଅଫିସ୍ ବାହାରକୁ ଆସିଥିଲେ ଓ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି।

Advertisment

ଜଗଦୀଶଙ୍କ ଶରୀରର ବହୁ ଅଂଶ ପୋଡ଼ି ଯାଇଛି। ତାଙ୍କ ମୁହଁ, ଛାତି, ଦୁଇ ହାତ, ଡାହାଣ ଗୋଡ଼, ବାମ ଜଂଘ ଆଦି ନିଆଁ ପ୍ରଭାବରେ ପୋଡ଼ି ଯାଇଛି।

ତହସିଲଦାର କହିଛନ୍ତି ଯେ ସେ ପୋଡ଼ି ହୋଇଥିବା ଯୁବକଙ୍କୁ ଚିହ୍ନି ନାହାନ୍ତି। ଜଗଦୀଶ କାହିଁକି ତହସିଲ ଅଫିସ୍ ଆସିଥିଲେ, କ’ଣ ତାଙ୍କର ସମସ୍ୟା ଥିଲା, ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ତହସିଲଦାର କହିଛନ୍ତି। ଅନ୍ୟପକ୍ଷରେ ଜଗଦୀଶଙ୍କ ଅବସ୍ଥା ଗୁରୁତର ଥିବାରୁ ସେ କିଛି କହିପାରି ନାହାନ୍ତି। ଏହି ଘଟଣାର ତଦନ୍ତ କରାଯିବା ଉଚିତ୍ ଓ କେଉଁ କାରଣରୁ ଏମିତି ଏକ ଅଘଟଣ ଘଟିଲା  ଏବଂ କିଏ ଏଥିପାଇଁ ଦାୟୀ, ତାହା ସାମ୍ନାକୁ ଆସୁ ବୋଲି ଦାବି ହେଉଛି।  

Self Immolation Attempt Suicide Fire Breakout Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe