Advertisment

ଆତ୍ମାହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗ ଆଖି ବୁଜିଲେ, ତହସିଲଦାରଙ୍କୁ ଦାୟୀ କଲା ପରିବାର

ନୂଆପଡ଼ା ସଦର ତହସିଲ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦିବ୍ୟାଙ୍ଗ ଆଜି ଆଖି ବୁଜିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣଙ୍କର ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଛି ।

ଅଦ୍ୟତନ ହୋଇଛି
Family

Family

Advertisment

ନୂଆପଡ଼ା ସଦର ତହସିଲ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଦିବ୍ୟାଙ୍ଗ ଆଜି ଆଖି ବୁଜିଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବ୍ୟକ୍ତି ଜଣଙ୍କର ଆଜି ବୁର୍ଲା ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ନୂଆପଡ଼ା ସଦର ତହସିଲର କଲ୍ୟାଣପୁର ଗାଁର ଜଗଦୀଶ ଚୌହାନ।

Advertisment

ଜମି ବିକ୍ରି ପାଇଁ ଅନୁମତି ନ ମିଳୁ ନ ଥିବାରୁ ମାନସିକ ଅବସାଦରେ ଥିବା ଜଗଦୀଶ ଗତକାଲି ତହସିଲ ଅଫିସକୁ ଯାଇଥିଲେ। ସେଠାରେ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସେ ସାଙ୍ଗରେ ଆଣିଥିବା ପେଟ୍ରୋଲକୁ ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ମାତ୍ର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି।

Advertisment

ଜଗଦୀଶଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତହସିଲଦାରଙ୍କୁ ଦାୟୀ କରିଛନ୍ତି।  ଜଗଦୀଶ ଜମିବାଡି କାମ ପାଇଁ ପ୍ରାୟ ୨ ବର୍ଷ ହେଲା ଜିଲ୍ଲାପାଳ ଅଫିସ ଓ ତହସିଲ ଅଫିସକୁ ଦୌଡ଼ୁଥିଲେ। ମାତ୍ର ସେଠାରେ ତାଙ୍କୁ ଅପମାନିତ କରାଯାଉଥିବା ବେଳେ ସବୁବେଳେ ନିରାଶ ହୋଇ ଫେରୁଥିଲେ।  ଏପରିକି କାମ ନ ହେଲେ ମରିଯିବି ବୋଲି ଜଗଦୀଶ ଗୁହାରି କରୁଥିବା ବେଳେ ମରିଯା ବୋଲି ତହସିଲଦାର କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। 

ପରିବାର ଲୋକଙ୍କ ଅଭିଯୋଗ ପରେ ଏନେଇ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ନାଁରେ ନୂଆପଡ଼ା ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। 

 କିନ୍ତୁ ଏପରି ଯୁବକଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି ତହସିଲଦାର। ଏପରିକି ସେ କାହିଁକି ତହସିଲ ଅଫିସ୍ ଆସିଥିଲେ, କ’ଣ ତାଙ୍କର ସମସ୍ୟା ଥିଲା, ସେ ବିଷୟରେ କିଛି ଜାଣି ନାହାନ୍ତି ବୋଲି ବି ସେ ନିଜ ସଫେଇରେ କହିଛନ୍ତି ।

Self Immolation Attempt Suicide Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe