Advertisment

ମନରେଗାରେ ରାସ୍ତା ନିର୍ମାଣ କରିଥିଲେ, ୬ ମାସ ପରେ ମଧ୍ୟ ମିଳୁନି ମଜୁରୀ

ସରପଞ୍ଚଙ୍କଠାରୁ ନିରାଶ ହୋଇ ଶ୍ରମିକମାନେ ଖଡ଼ିଆଳ ବିଡିଓଙ୍କ ପାରଖରେ ଅଭିଯୋଗ କରିବା ପାଇଁ ଆଜି ଆସିଛନ୍ତି। ବାକିଥିବା ପାରିଶ୍ରମିକ ଦେବାକୁ ବିଡିଓଙ୍କୁ ଅନୁରୋଧ କରିଛନ୍ତି।

author-image
Manoranjan Sial
MGNREGA

MGNREGA

ମହାତ୍ମା ଗାନ୍ଧି ଗ୍ରାମୀଣ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ କାମ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ମଜୁରୀ ମିଳୁଛି। ସରପଞ୍ଚ ମଧ୍ୟ ଶ୍ରମିକଙ୍କ ଗୁହାରୀ ଶୁଣୁନାହାନ୍ତି। ସେଥିପାଇଁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡ଼ିଓଙ୍କ ପାଖରେ ଗୁହାରୀ କରିବାକୁ ଆସିଛନ୍ତି ଶ୍ରମିକ। ଶୀଘ୍ର ମଜୁରୀ ଟଙ୍କା ଦେବାକୁ ଅନୁରୋଧ କରିଛନ୍ତି।

Advertisment

ଛଅ ମାସ ତଳେ ବାଦୀ ପଞ୍ଚାୟତର ବାଦୀଠାରୁ ଜୁନାନୀ ଓ ବେହେରା ପିଟା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ମନରେଗା ଯୋଜନାରେ ନିର୍ମାଣ କରାଯାଇଥିଲା। ଶ୍ରମିକ କାମ କରିଥିଲେ। ରାସ୍ତା କାମ ସରିବାକୁ ୬ ମାସ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ମଜୁରୀ ମିଳିନି। ଏନେଇ ଶ୍ରମିକମାନେ ସରପଞ୍ଚଙ୍କ ପାରଖରେ ଗୁହାରୀ କରିଥିଲେ। ହେଲେ ସେ ମାମଲା ସମାଧାନ କରିବା ପରିବର୍ତ୍ତେ ଗାଳି ଗୁଲଜ ଦେଉଥିବା ଅଭିଯୋଗ ହୋଇଛି।

ସରପଞ୍ଚଙ୍କଠାରୁ ନିରାଶ ହୋଇ ଶ୍ରମିକମାନେ ଖଡ଼ିଆଳ ବିଡିଓଙ୍କ ପାରଖରେ ଅଭିଯୋଗ କରିବା ପାଇଁ ଆଜି ଆସିଛନ୍ତି। ବାକିଥିବା ପାରିଶ୍ରମିକ ଦେବାକୁ ବିଡିଓଙ୍କୁ ଅନୁରୋଧ କରିଛନ୍ତି। ମଜୁରୀ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଶ୍ରମିକମାନେ ପାଇଁ ଚେତାବନୀ ଦେଇଛନ୍ତି। ଖଡ଼ିଆଳ ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ।

Advertisment

ଶ୍ରମିକ ଯଶୋଦା ମାଝୀ କହିଛନ୍ତି, କାମ କରିଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ମଜୁରୀ ମିଳୁନି। ଏନେଇ ସରପଞ୍ଚଙ୍କୁ ପଚାରିଲେ, ସେ ଆମ କଥା କିଛି ବୁଝୁ ନାହାନ୍ତି। ଓଲଟା ସେ ଗାଳି ଦେଉଛନ୍ତି। ଘର ଚଳାଇବା ପାଇଁ ମଜୁରୀ ଲାଗିଥିଲୁ। ଏବେ ଚଳିବୁ କେମିତି ବୋଲି ପ୍ରଶ୍ନ କରିଛନ୍ତି ଯଶୋଦା।

ଶ୍ରମିକ କୌଶଲ୍ୟା ମାଝୀ, ମନରେଗାରେ କାମ କରିଥିଲୁ। ଆଜକୁ ୬ ମାସ ବିତିଲେ ମଧ୍ୟ ଟଙ୍କା ପାଉନୁ। ଆମେ ଗରିବ ଲୋକ। ଚଳିବୁ କେମିତି? ଛୁଆ ପିଲାଙ୍କୁ କଣ ଖାଇବାକୁ ଦେବୁ? ମଜୁରୀ ମିଳୁନି ବୋଲି ବିଡିଓଙ୍କ ପାଖରେ ଗୁହାରୀ କରିବାକୁ ଆସିଛୁ ବୋଲି କୌଶଲ୍ୟା କହିଛନ୍ତି।

Nuapada MGNREGA