Advertisment

ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ, ୩ ଆହତ

ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Road accident

Road accident

Advertisment

ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବିରେଶକେଲା ଗାଁ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜନକ ମନହିରା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଜନକ ମନହିରା ରାୟପୁରର ବାଲାଜି ହସପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହେବାପରେ ଆଜି ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ଧରଣିମାଲକୁ ଫେରୁଥିଲେ। ଜନକ ମନହିରା ନିଜର ଦୁଇ ସମ୍ପର୍କୀୟଙ୍କ ସହ ଧରଣିମାଲ ଆସୁଥିବା ବେଳେ ବିରେଶକେଲା ଗାଁ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଜନକ ମନହିରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବୋଡେନ ହସପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Road Accident Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe