Advertisment

ଡ୍ରୋନ ଯୋଗେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା

ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଅଂଚଳ ପ୍ରାୟ ୨ କିଲୋମିଟର ଦୂର ଜଙ୍ଗଲ ଭିତରେ।

Drones

Drones

Advertisment

ଡ୍ରୋନ ଯୋଗେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା। ନୂଆପଡା ଜିଲ୍ଲା ଭାଲେଶ୍ୱର ପଞ୍ଚାୟତର ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ ପହଞ୍ଚାଇଛି ଭତ୍ତା। ପଞ୍ଚାୟତର ୫ ନମ୍ବର ୱାର୍ଡ ଭୁତକାପଡା ଗାଁ ଘଞ୍ଚ ଜଙ୍ଗଲ ଭିତରେ ରହିଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଏହି ଅଂଚଳ ପ୍ରାୟ ୨ କିଲୋମିଟର ଦୂର। ଗାଁର ଭିନ୍ନକ୍ଷମ ହେତରାମ ସତନାମୀଙ୍କ ପାଇଁ ଭତ୍ତା ମଞ୍ଜୁୁର ହୋଇଥିଲା। ଭତ୍ତା ପାଇଁ ତାଙ୍କୁ ପଞ୍ଚାୟତକୁ ଆସିବାକୁ ପଡିଥାଏ। ଏଥିପାଇଁ ବହୁ କଷ୍ଟ ସହିବାକୁ ପଡ଼େ।

Advertisment

ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ସରୋଜ ଅଗ୍ରୱାଲ ଡ୍ରୋନ ଯୋଗେ ଭତ୍ତା ଟଙ୍କା ହିତାଧିକାରୀଙ୍କ ଘରକୁ ପଠାଇଛନ୍ତି। ସରପଞ୍ଚ କହିଛନ୍ତି, ବିଦେଶରେ ଡ୍ରୋନ୍‌ ଯୋଗେ ଜିନିଷ ନେଣଦେଣ ହେଉଥିବା ଦେଖିବା ପରେ ସେ ହେତରାମଙ୍କୁ ଏହା ଜରିଆରେ ଭତ୍ତା ପଠାଇବାକୁ ଯୋଜନା କରିଥିଲେ। ଏଥିପାଇଁ ଡ୍ରୋନ୍ କିଣିଥିଲେ। ଏଣିକି ଆଉ ତାଙ୍କୁ ପଞ୍ଚାୟତ ଆସିବାକୁ ପଡିବନି। ଡ୍ରୋନ ଯୋଗେ ତାଙ୍କ ନିକଟରେ ଭତ୍ତା ଟଙ୍କା ପହଞ୍ଚିବ ବୋଲି ସରପଞ୍ଚ କହିଛନ୍ତି।

ସେପଟେ ଘରେ ରହି ଭତ୍ତା ଟଙ୍କା ପାଇଥିବାରୁ ଭିନ୍ନକ୍ଷମ ହିତାଧିକାରୀ ଖୁସି ପ୍ରକାଶ କରିଛନ୍ତି।

Advertisment
Drone Airlifts Medicines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe