Advertisment

୨ ମାସର ଶିଶୁର ମୁଣ୍ଡରେ ବନ୍ଧୁକ ରଖି ଘରୁ ଲୁଟିନେଲେ ସୁନାରୁପା ଓ ଟଙ୍କା

ପରିବାର ସଦସ୍ୟଙ୍କୁ ମାଡ଼ମାରୀ ଲହୁଲୁହାଣ କରିବା ପରେ ଘରୁ ଲୁଟିନେଲେ ସୁନାରୁପା ଅଳଙ୍କାର ସାଙ୍ଗକୁ ଲକ୍ଷାଧିକ ଟଙ୍କା।

ଅଦ୍ୟତନ ହୋଇଛି
Injured SundarSyama

Injured SundarSyama

Advertisment

ପରିବାର ସଦସ୍ୟଙ୍କୁ ମାଡ଼ମାରି ଲହୁଲୁହାଣ କରିବା ପରେ ଘରୁ ଲୁଟିନେଲେ ସୁନାରୁପା ଅଳଙ୍କାର ସାଙ୍ଗକୁ ଲକ୍ଷାଧିକ ଟଙ୍କା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମରେ ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ଗତ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ କୌଶଳକ୍ରମେ ଘରେ ପଶିବା ପରେ ୨ ମାସର ଶିଶୁକୁ କବ୍‌ଜାକୁ ନେଇ ତାହା ମୁଣ୍ଡରେ ମାରଣାସ୍ତ୍ର ରଖି ପରିବାର ଲୋକେଙ୍କୁ ଧମକଚମକ ଦେଇଥିଲେ। ପରେ ପରିବାର ଲୋକେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ। ମାରଣାସ୍ତ୍ରରେ ପରିବାର ଲୋକଙ୍କୁ ଆକ୍ରମଣ କରି ଗଡ଼ରେଜ୍ ଚାବି ଛଡ଼ା ନେଇଥିଲେ। ଗଡ଼ରେଜ୍ ଖୋଲି ଏଥିରେ ଥିବା ଅଳଙ୍କାର ଓ ଟଙ୍କା ଧରି ଡକାୟତମାନେ ଫେରା ହୋଇଯାଇଥିଲେ। ଆକ୍ରମଣରେ ସୁନ୍ଦରଶ୍ୟାମ, ତାଙ୍କ ବାପା ଭରତ ଓ ମା’ ଜମ୍ୱୁ ଆହତ ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୁନ୍ଦରଶ୍ୟାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ନୂଆପଡ଼ା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ପଛପଟକୁ ଡକାୟତମାନେ ଆକ୍ରମଣ କରିଥିବାରୁ ଗୁରୁତର କ୍ଷତ ହୋଇଛି।

Advertisment

ଏହି ଡକାୟତିରେ ପ୍ରାୟ ୬ ଜଣ ସମ୍ପୃକ୍ତ ଥିବା ବେଳେ ୩ ଜଣଙ୍କୁ ଚିହ୍ନିଥିବା ସୁନ୍ଦରଶ୍ୟାମ କହିଛନ୍ତି। ଡକାୟତମାନେ ହିନ୍ଦି ଓ ଓଡ଼ିଶାରେ କଥା ହେଉଥିଲେ। ମୁହଁରେ ମୁଖା ପିନ୍ଧିଥିଲେ। ଘରୁ ପ୍ରାୟ ୧୫ ଭରି ସୁନା ଓ ୮ ଲକ୍ଷ ଟଙ୍କା ଡକାୟତି ହୋଇଥିବା ଆହତ ଜମ୍ବୁ ଶତପଥୀ କହିଛନ୍ତି।

ଖବର ପାଇବା ପରେ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଚଳାଇଛି। ପ୍ରଥମେ ଘଟଣାସ୍ଥଳରେ ସ୍ଥାନୀୟ ଥାନା ଆଇଆଇସି ଓ ଏସ୍‌ଡିପିଓ ପହଞ୍ଚି ତଦନ୍ତ କରୁଥିବା ବେଳେ ପରେ ନୂଆପଡା ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ପହଞ୍ଚିଥିଲେ। ପରିବାର ଲୋକ ଓ ଘଟଣା ବିଷୟରେ ଜାଣିଥିବା ଲୋକଙ୍କୁ ସେ ପଚରାଉଚରା କରିଛନ୍ତି। ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନି କୁକୁର ପହଞ୍ଚି ତଦନ୍ତ କରୁଛି।

Advertisment
Injuredଆହତ ଭରତ

ସୁନ୍ଦରଙ୍କ ବଡ଼ଭାଇ ରାଧେଶ୍ୟାମ ଶତପଥୀ କହିଛନ୍ତି, ଡକାୟତି ହେଉଥିବା ଘର ବାହାରୁ ଥାଇ ଜାଣିବା ପରେ ସେ ପୁଲିସକୁ ସୂଚନା ଦେଇଥିଲେ। ଭିତରେ ପଶିବାକୁ ସାହାସ ନ ହେବାରୁ ପାଖ ପଡ଼ୋଶୀଙ୍କୁ ଡାକି ଆଣି ଘରେ ପହଞ୍ଚି ଥିଲେ। ଘର ଭିତରେ ପହଞ୍ଚି ଦେଖିଲା ବେଳକୁ ଡକାୟମାନେ ସମସ୍ତ ପରିବାର ସଦସ୍ୟଙ୍କୁ ମାଡ଼ମାରି ଲହୁଲୁହାଣ କରିବା ପରେ ବାନ୍ଧି ପକାଇଥିଲେ। ସମସ୍ତ ଗହଣା ଓ ସୁନା ନେଇ ଡକାୟତମାନେ ଫେରାର ହୋଇଯାଇଥିଲେ। ପରିବାର ସଦସ୍ୟଙ୍କୁ ଉଦ୍ଧାର କରିବା ପରେ ଡାକ୍ତରଖାନା ନିଆଯାଇଥିଲା।

inquiryତଦନ୍ତ କରୁଛନ୍ତି ଏସ୍‌ପି

ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି, ଏହି ଡକାୟତିରେ ପ୍ରାୟ ୬ ଜଣଙ୍କ ସମ୍ପୃକ୍ତି ଥିବା ପରିବାର ଲୋକେ ବୟାନ ଦେଇଛନ୍ତି। ସେମାନଙ୍କ ଭିତରୁ ୩ ଜଣଙ୍କୁ ସେମାନେ ଚିହ୍ନିଥିବା ମଧ୍ୟ କହୁଛନ୍ତି। ଆର୍ଥିକ ଦେଣନେଣ ବ୍ୟାପାରକୁ ନେଇ ପୂର୍ବରୁ ଆକ୍ରୋଶ ରଖିଥିବା ଲୋକେ ଏହି ଡକାୟତି କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରୁଛି। ଘଟଣା ସ୍ପଷ୍ଟ ହେବା ପରେ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିବ।

ରିପୋର୍ଟ- ଖଡ଼ିଆଳରୁ କୁନାଲ ଚରଣ ବେହେରା

Loot Crime Robbery House Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe