Advertisment

ମାମୁ ନେଲେ ପ୍ରତିଶୋଧ: ସରପଞ୍ଚ ପଦ ହରାଇଲେ ଭାଣିଜୀ

ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ଭୋଲେଶ୍ୱରୀ ଦାଶ। ଏପରିକି ଏଥିନିମନ୍ତେ ସେ ନିଜ ମାମୁଙ୍କ ସହ ମୁହାଁମୁହିଁ ହୋଇଥିଲେ। ଶେଷରେ ନିର୍ବାଚନ ବୈତରଣୀ ପାର ହୋଇ ସରପଞ୍ଚ ପାଲଟି ଯାଇଥିଲେ ଭୋଳେଶ୍ୱରୀ ।

ଅଦ୍ୟତନ ହୋଇଛି
sarapancha

sarapancha

Advertisment

ସର୍ବ ନିମ୍ନ ବୟସ ହୋଇ ନ ଥିବା ସତ୍ତ୍ୱେ ନିର୍ବାଚନ ଲଢ଼ିଥିଲେ। ଚଞ୍ଚକତା କରି ବୟସ ବଢ଼ାଇ ପାଲଟି ଯାଇଥିଲେ ସରପଞ୍ଚ । ମଇଦାନରେ ପ୍ରତିଦ୍ୱନ୍ଦ୍ୱୀ ଥିବା ନିଜ ମାମୁଙ୍କୁ ହରାଇ ଭାଣିଜୀ ଅଳଙ୍କୃତ କରିଥିଲେ ସରପଞ୍ଚ ପଦ। ହେଲେ ଏପରି ଅପମାନକୁ ବରଦାସ୍ତ କରି ପାରି ନ ଥିବା ମାମୁ ହିଁ ଭାଣିଜୀ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। କାଗଜପତ୍ର ଯାଞ୍ଚ ପରେ ଶେଷରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ସରପଞ୍ଚ ଭୋଲେଶ୍ୱରୀ ଦାଶ।

Advertisment

ଗତ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ଭୋଲେଶ୍ୱରୀ ଦାଶ। ଏପରିକି ଏଥିନିମନ୍ତେ ସେ ନିଜ ମାମୁଙ୍କ ସହ ମୁହାଁମୁହିଁ ହୋଇଥିଲେ। ଶେଷରେ ନିର୍ବାଚନ ବୈତରଣୀ ପାର ହୋଇ ସରପଞ୍ଚ ପାଲଟି ଯାଇଥିଲେ ଭୋଳେଶ୍ୱରୀ ।

ସରପଞ୍ଚ ପଦ ନିମନ୍ତେ ନିର୍ବାଚନ ଲଢ଼ିବାକୁ ସର୍ବନିମ୍ନ ବୟସ ସୀମା ୨୧ ରହିଛି। ମାତ୍ର ସ୍କୁଲ ସାର୍ଟିଫିକେଟ ଅନୁଯାୟୀ ନିର୍ବାଚନ ଲଢ଼ିବା ସମୟରେ ଭୋଳେଶ୍ୱରୀଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। କିନ୍ତୁ ସେ ଦାଖଲ କରିଥିବା ଆଧାର କାର୍ଡ, ଭୋଟର କାର୍ଡ ଆଦିରେ ଚଞ୍ଚକତା କରି ବୟସ ବଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା।

Advertisment

ଏନେଇ ତାଙ୍କ ମାମୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସମସ୍ତ କାଗଜପତ୍ର ଯାଞ୍ଚ କରି ଭୋଳେଶ୍ୱରୀ ଜାଲିଆତି କରି ନିର୍ବାଚନ ଲଢ଼ିଥିବା ଜାଣିବାକୁ ପାଇଥିଲେ। ଏହାପରେ ଜିଲ୍ଲାପାଳ ଅଯୋଗ୍ୟ ଘୋଷିତ କରିବାରୁ ନିଜ ପଦ ହରାଇଛନ୍ତି ଭୋଳେଶ୍ୱରୀ। ତେବେ ଏନେଇ ତାଙ୍କ ପ୍ରତିକ୍ରିୟା ମିଳି ପାରିନି।

Judgement Sarapanch Forgery Case Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe