Advertisment

ପିଛା ଛାଡୁନି ଦୁର୍ଘଟଣା,ଦୁର୍ଗ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ

ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ପ୍ରାୟ ଗୋଟି ଘଣ୍ଟା ପରେ ଟ୍ରେନ୍ ଛାଡ଼ିଥିଲା।

author-image
Tapaswini Nayak
Train Accident

Train Accident

ପିଛା ଛାଡୁନି ଦୁର୍ଘଟଣା। ବାହାନଗା ଟ୍ରେନ୍ ଟ୍ରାଜେଡି ଓ ଯାଜପୁର ରୋଡରେ ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ ମନରୁ ନ ଲିଭିନ ଥିଲା ବେଳେ ଗତକାଲି ରାତିରେ ଘଟିଛି ଆଉ ଗୋଟିଏ ଟ୍ରେନ ଦୁର୍ଘଟଣା। ଗତ ରାତି ପ୍ରାୟ ୧୦ଟା ସମୟରେ ଦୁର୍ଗ-ପୁରୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍‌ଟି ଛତିଶଗଡ଼ର ଦୁର୍ଗରୁ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବେଳେ କୋମାଖାନା ନିକଟରେ ନିଆଁ ଲାଗିଥିବା ନେଇ ଯାତ୍ରୀମାନେ ଦେଖିଥିଲେ। ଏନେଇ ରେଲୱେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।

Advertisment

ପରେ କର୍ତ୍ତୃପକ୍ଷ ଟ୍ରେନଟିକୁ ନୂଆପଡା ଜିଲ୍ଲା ଖରିଆର ରୋଡ୍ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରେନରେ ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ହୋଇ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ପ୍ରାୟ ଗୋଟିଏ ଘଣ୍ଟା ପରେ ଟ୍ରେନ୍ ଛାଡ଼ିଥିଲା।

ସୂଚନାଯୋଗ୍ୟ, ମଙ୍ଗଳବାର ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା। ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇ ଓହ୍ଲାଇ ପଡ଼ିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନଥିଲା।

Advertisment
Fire Breakout Nuapada