/odisha-reporter/media/post_attachments/uploads/2020/08/containment.jpg)
containment
ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ାଜିଲ୍ଲା ସିନାପାଲି ବ୍ଲକ୍ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ ।
ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ ସେଥିପାଇଁ ଘନ ଘନ ବୈଠକ କରାଯାଉଛି। ନୂଆପଡା ସିଡିଏମଓ, ବ୍ଲକ ପ୍ରଶାସନ, ସିନାପାଲି ତହସିଲଦାର, ସିଡିପିଓ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ବାବଦରେ ଆଲୋଚନା କରିଛନ୍ତି।
ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗାଁକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଁକୁ କଣ୍ଟେନମେଂଟ୍ ଜୋନ ଘୋଷଣା କରାଯିବା ସମ୍ଭାବନା ରହିଛି। ପୁରା ଗାଁକୁ ସାନିଟାଇଜ କରାଯାଇଛି। ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଗାଁର ଦୁଇ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଛି । ଆଜି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ କରିଛନ୍ତି ସରପଞ୍ଚ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
