Advertisment

ଖୁବ୍‌ ଶୀଘ୍ର କଣ୍ଟେନମେଂଟ୍ ଜୋନ ଘୋଷଣା ନିଷ୍ପତ୍ତି

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ […]

ଅଦ୍ୟତନ ହୋଇଛି
ଚଣ୍ଡିଖୋଲ ବଜାରରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା

containment

Advertisment

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ାଜିଲ୍ଲା ସିନାପାଲି ବ୍ଲକ୍‌ର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନର ନିଦ ହଜିଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପୂର୍ବରୁ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ଆଜି ପୁଣି ଥରେ ଆରଟିପିସିଆର ଟେଷ୍ଟ କରାଯିବ । ଯଦି ସେମାନେ ସଂକ୍ରମିତ ଥିବା ଜଣାପଡନ୍ତି ତେବେ ଚିକିତ୍ସା ଲାଗି ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ ।

Advertisment

ସେପଟେ ଗାଁରେ ସଂକ୍ରମଣ ଆଉ ଯେମିତି ଅଧିକ ନବଢିବ ସେଥିପାଇଁ ଘନ ଘନ ବୈଠକ କରାଯାଉଛି।  ନୂଆପଡା ସିଡିଏମଓ, ବ୍ଲକ ପ୍ରଶାସନ, ସିନାପାଲି ତହସିଲଦାର, ସିଡିପିଓ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଘଟଣା ବାବଦରେ ଆଲୋଚନା କରିଛନ୍ତି।

ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗାଁକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗାଁକୁ କଣ୍ଟେନମେଂଟ୍ ଜୋନ ଘୋଷଣା କରାଯିବା ସମ୍ଭାବନା ରହିଛି।  ପୁରା ଗାଁକୁ ସାନିଟାଇଜ କରାଯାଇଛି।  ଗାଁଟି ଛତିଶଗଡ଼ ସୀମାକୁ ଲାଗିଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଗାଁର ଦୁଇ ପ୍ରବେଶ ପଥରେ ପୁଲିସ ମୁତୟନ କରାଯାଇଛି ।  ଆଜି ହେବାକୁ ଥିବା ସାପ୍ତାହିକ ହାଟ ବନ୍ଦ କରିଛନ୍ତି ସରପଞ୍ଚ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe