Advertisment

୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧିୟ ଗଛ ଲାଗାଇବ ଯୁବକ ସଂଘ

ନୂଆପଡ଼ା(ମାୟାଧର ସରାଫ): ଆଗାମୀ ଦିନରେ ନୂଆପଡା ଜିଲ୍ଲାର ୨୧ଟି ଗାଁର ରାସ୍ତା କଡରେ ବରଗଛ ଥିବ। ଲୋକେ ଖରାଦିନେ ଛାଈ ପାଇବେ। ପରିବେଶ ଠିକ ରହିବ। ସବୁଜିମା ହେବ ନୂଆପଡା ଜିଲ୍ଲା। ଏମିତି କିଛି ସ୍ୱପ୍ନ ଦେଖି ଯୁବକ ମାନେ କାମରେ ଲାଗି ପପଡ଼ିଛନ୍ତି। ନୂଆ ବର୍ଷର ପ୍ରଥମ ଦିନରୁ ଜୁଲାଇ ବନମହୋତ୍ସବ ପର୍ଯ୍ୟନ୍ତ ଜିଲ୍ଲାର ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଅନ୍ୟାନ୍ୟ ଔଷଧିୟ ଗଛ ଲଗାଇବେ। ଯୁବକଙ୍କ ପ୍ରୟାସକୁ ବନ […]

ଅଦ୍ୟତନ ହୋଇଛି
୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧିୟ ଗଛ ଲାଗାଇବ ଯୁବକ ସଂଘ

7bn

Advertisment

ନୂଆପଡ଼ା(ମାୟାଧର ସରାଫ): ଆଗାମୀ ଦିନରେ ନୂଆପଡା ଜିଲ୍ଲାର ୨୧ଟି ଗାଁର ରାସ୍ତା କଡରେ ବରଗଛ ଥିବ। ଲୋକେ ଖରାଦିନେ ଛାଈ ପାଇବେ। ପରିବେଶ ଠିକ ରହିବ। ସବୁଜିମା ହେବ ନୂଆପଡା ଜିଲ୍ଲା। ଏମିତି କିଛି ସ୍ୱପ୍ନ ଦେଖି ଯୁବକ ମାନେ କାମରେ ଲାଗି ପପଡ଼ିଛନ୍ତି। ନୂଆ ବର୍ଷର ପ୍ରଥମ ଦିନରୁ ଜୁଲାଇ ବନମହୋତ୍ସବ ପର୍ଯ୍ୟନ୍ତ ଜିଲ୍ଲାର ୨୧ଟି ଗାଁରେ ୧୦ ହଜାର ବରଗଛ ସହ ୩୦ ହଜାର ଅନ୍ୟାନ୍ୟ ଔଷଧିୟ ଗଛ ଲଗାଇବେ। ଯୁବକଙ୍କ ପ୍ରୟାସକୁ ବନ ବିଭାଗ ମଧ୍ୟ ପ୍ରଶଂସା କରିଛି। ତେବେ ଆଜି ନୂଆପଡା ଜିଲ୍ଲାର କୋମନା ବ୍ଲକ ଜେଠୁପାଲି ଗାଁର ଏକ ନିଆରା ଦୃଶ୍ୟ ଦେଖିକୁ ମିଳିଥିଲା।  ନିକଟସ୍ଥ ପଣ୍ଡରାପଥର ଗାଁର ମଦର ଟେରେସା ସାର୍ଭିସିଙ୍ଗ ସେଂଟର ଯୁବକ ସଂଘର ସଦସ୍ୟମାନେ ହାତରେ ବରଗଛ ଧରି ଆସିଥିଲେ। ଲୋକେ ସେମାନଙ୍କୁ ସ୍ୱାଗତ କରି ପୂଜାର୍ଚ୍ଚନା କରିଥିଲେ। ଜଣକ ପରେ ଜଣେ ବରଗଛ ରୋପଣ କରିଥିଲେ।

Advertisment

ଦିନକୁ ଦିନ ବିକାଶ ନାମରେ ବିନାଶ ଆଡକୁ ଆମେ ଯାଉଛୁ। ବିକାଶ ନାମରେ ରାସ୍ତା ନିମାର୍ଣ , କଳକାରଖାନା, ଡ୍ୟାମ ନିମାର୍ଣ ନାମରେ ଅନେକ ଗଛ କଟା ଯାଉଛି। ପୁଣି ବରଗଛ କିମ୍ୱା ଔଷଧିୟ ଗଛ ଆଉ ରୋପଣ କରା ଯାଉ ନାହିଁ। ଏସବୁ ଚିନ୍ତା କରି ପଣ୍ଡରାପଥର ଗାଁର ମଦର ଟେରେସା ସାର୍ଭିସିଂ ସେଂଟରର ଯୁବକ ସଂଘର ସଦସ୍ୟଙ୍କୁ ଘାରିଥିଲା।

ଆଉ ନିଜ ଗାଁ ପାଖରେ ଥିବା କୁରେଶ୍ୱର, ବୁଦ୍ଧିକୋମନା, ଜଡାମୁଣ୍ଡା, ଜଟଗଡ, ତରବୋଡ, ନୂଆଗାଁ ଓ ଟିକ୍ରାପଡା ପଂଚାୟତର ୨୧ଟି ଗାଁରେ ବରଗଛ ଲଗାଇବେ। ଜାନୁଆରୀ ୧ ତାରିଖଠାରୁ ବୃକ୍ଷରୋପଣ ଆରମ୍ଭ ହୋଇଛି। ଆଉ ଜୁଲାଇ ମାସର ବନମହୋତ୍ସବ ପର୍ଯ୍ୟନ୍ତ ୧୦ ହଜାର ବରଗଛ ସହ ୩୦ ହଜାର ଔଷଧୀୟ ବୃକ୍ଷ ରୋପଣ କରିବେ। ଯୁବକମାନଙ୍କ ଏ ପ୍ରୟାସକୁ କୋମନା ବନ ବିଭାଗର ରେଞ୍ଜର ପ୍ରଶଂସା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe