Advertisment

ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ଲୋକାର୍ପିତ ହୋଇଛି ନୂଆପଡ଼ା ଜିଲ୍ଲାର ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବା ତିଖାଲି ଡ୍ୟାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ […]

ଲୋକାର୍ପିତ ହେଲା ଇନ୍ଦ୍ର ଡ୍ୟାମ୍

cmo

Advertisment

ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୨୦ ବର୍ଷର ଅପେକ୍ଷା ପରେ ଲୋକାର୍ପିତ ହୋଇଛି ନୂଆପଡ଼ା ଜିଲ୍ଲାର ବହୁ ପ୍ରତିକ୍ଷୀତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ବା ତିଖାଲି ଡ୍ୟାମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସି ତିଖାଲି ଡ୍ୟାମକୁ ଲୋକାର୍ପିତ କରିଛନ୍ତି। ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେତେବେଳେ ଏହାର ବ୍ୟୟ ଅଟକଳ ୨୧୧ କୋଟି ଥିବା ବେଳେ ଏବେ ଏହା ୧୯୨୫ କୋଟି ୬୩ ଲକ୍ଷରେ ପହଞ୍ଚିଛି।

Advertisment

ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲାର ୮୯ଟି ଗାଁ ଏବଂ ବଲାଙ୍ଗିର ଜିଲ୍ଲାର ୧୯ଟି ଗାଁ ଜଳସେଚିତ ହେବ। ଲୋୟର ଇନ୍ଦ୍ର ପାଇଁ ପ୍ରାୟ ୧୯ ହଜାର ୯୦୦ ହେକ୍ଟର ଜମି ପାଣି ପାଇବ। ଏହି ପ୍ରକଳ୍ପ ଯୋଗୁ ୧୨ଟି ଗାଁ ସଂପୂର୍ଣ୍ଣ ବୁଡ଼ି ଯାଇଥିଲା ଓ ୧୯ଟି ଗାଁ ଆଂଶିକ ବୁଡି ହୋଇ ଥିବା ବେଳେ ସମୁଦାୟ ୩୧ ଖଣ୍ଡ ଗାଁ ପ୍ରଭାବିତ ହୋଇ ଥିଲା। ଯେଉଁଥିରେ ପ୍ରାୟ ୬ ହଜାର ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ। ଆଜିର ନୂଆପଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କୋମନା ବ୍ଲକର ତିଖାଲି ଡ୍ୟାମ ସାଇଟର ଲୋକାର୍ପଣ କରିଛନ୍ତି। ଏହାପରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆପଡ଼ାର ୫୫% ଘରକୁ ପାଇପ ଯୋଗେ ପାନୀୟ ଜଳ ଦେଇପାରିଛୁ। ୨୦୨୨ ସୁଦ୍ଧା ଜିଲ୍ଲାର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାର ୯ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟା ମୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଅବସରରେ ଲୋୟର ଇନ୍ଦ୍ର ଡ୍ୟାମ ସାଇଟରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ ପ୍ରତିଷ୍ଠା ଏବଂ ଖଡ଼ିଆଳ ଓ ନୂଆପଡ଼ାରେ ୨ଟି ଇନଡୋର ଷ୍ଟାଡିୟମ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Advertisment

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ଲୋୟର ଇନ୍ଦ୍ର ସୁକତେଲରେ କେନାଲ କାମ ସରିନି, ଚାଷୀଙ୍କ କ୍ଷେତକୁ ପାଣି ଯାଉ ନ ଥିବା ବେଳେ ଉଦଘାଟନ ଉତ୍ସବ କଣ ପାଇଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏ ପ୍ରହସନ କରାଯାଉଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତ ନିର୍ବାଚନ ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଛି। କେନ୍ଦ୍ର ପଇସାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଫିତା କାଟିବାରେ ବ୍ୟସ୍ତ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ବିରୋଧ କରିଛି ବିଜେପି। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଧୂଆଁବାଣ ଛାଡ଼ିବା ଲାଗି ଏହି ଗସ୍ତ କରୁଛନ୍ତି ବୋଲି ବିଜେପି କହିଛି। ଗତକାଲି ବଲାଙ୍ଗିର ବିଜେପି ସଭାପତି ଶିବାଜୀ ମହାନ୍ତିଙ୍କ ସମେତ କେତେକ ବିଜେପି କର୍ମୀକୁ କଣ୍ଟାବାଞ୍ଜି ପୁଲିସ ଅଟକ ରଖିଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ବଙ୍ଗୋମୁଣ୍ଡା ଛକରେ ସିଏମ ଗୋ ବ୍ୟାକର ନାରା ଦେଇଥିଲେ। ବିଜେପି କର୍ମୀ ଏହି ଘଟଣାରେ ପୁଲିସ୍ ୩୫ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ଅନ୍ୟପଟେ ବିଜେପିର ଅଭିଯୋଗ ନେଇ ବିଜେଡ଼ିର ପ୍ରତିକ୍ରିୟା ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe