drown
ପୋଖରୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଚୌରା ଗାଁରେ। ମୃତ ନାବାଳକଙ୍କ ଦ୍ୱୟ ହେଲେ ବୃଷଭ ବନ୍ଦିଛୋର ଓ ହମିତ ବନ୍ଦିଛୋର। ହମିତଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ବୃଷଭଙ୍କ ବୟସ ୯ ବର୍ଷ ବୋଲି ଜଣାଯାଇଛି।
ଗତକାଲି ବୃଷଭ ଓ ହମିତ ୪ଟା ସମୟରେ ସ୍କୁଲରୁ ଫେରି ଘରକୁ ନ ଯାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ସମୟରେ ହଠାତ୍ ସେମାନଙ୍କ ଗୋଡ଼ ଖସିଯାଇଥିଲେ। ସେମାନେ ପୋଖରୀରେ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସେମାନଙ୍କର ଶବ ବ୍ୟବଚ୍ଛେଦ କରାଯିବ।
ଦୁଇ ନାବାଳକଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/drown_1679022326.jpg)