Advertisment

ଦୁଇ ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଓ ଜରିମାନା

୨୦୧୦ ମସିହା ଅଗଷ୍ଟ ୧୦ ତାରିଖ ସକାଳେ ପୀଡ଼ିତା ତାଙ୍କୁ ପିଲାକୁ ଘରେ ଛାଡ଼ି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ

Rapist

Rapist

Advertisment

ଗାଁ ପୋଖରୀରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଜେଲ୍‌ ଓ ଜରିମାନା ହୋଇଛି। ନୂଆପଡା ଜିଲ୍ଲା ଦୌରାଜଜ୍‌ ଏହି ରାୟ ଶୁଣାଇଛନ୍ତି। ସିନାପାଲି ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣ ଘଟଣା।

Advertisment

୨୦୧୦ ମସିହା ଅଗଷ୍ଟ ୧୦ ତାରିଖ ସକାଳେ ପୀଡ଼ିତା ତାଙ୍କୁ ପିଲାକୁ ଘରେ ଛାଡ଼ି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧଉଥିବା ବେଳେ ବିଶ୍ୱ ବିହାରୀ ସିଂ ମାଝି ଓ ବରୁଣ ମାଝି ତାଙ୍କୁ ଦବରଦସ୍ତି ନିକଟସ୍ଥ ଜଙ୍ଗଲକୁ ଉଠାଇ ନେଇଥିଲେ। ପରେ ସେଠାରେ ଦୁହେଁ ଦୁଷ୍କର୍ମ କରିଥିବା ଅଭଯୋଗ ହୋଇଥିଲା।

ପୀଡ଼ିତା ଏନେଇ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିର୍ତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ବିଶ୍ୱ ବିହାରୀ ସିଂ ମାଝି ଓ ବରୁଣ ମାଝିକୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲା। ଶନିବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ ଓ ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି ବିଚାରପତି। ଅଭିଯୁକ୍ତ ବିଶ୍ୱ ବିହାରୀ ସିଂ ମାଝି ଓ ବରୁଣ ମାଝିକୁ ୨୦ ବର୍ଷ ଜେଲ ଦଣ୍ତାଦେଶ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି।

Advertisment

ରିପୋର୍ଟ-ନୂଆପଡାରୁ ମାୟାଧର ସରାଫ

Odisha Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe