ସ୍ୱାମୀ ଛାଡ଼ିଦେଲା ହାତ, ଧୋକା ଦେଲା ଭାଗ୍ୟ! ଅସହାୟ କୁନ୍ତଳା ମାଉସୀ

ଚାଲିବୁଲି ପାରିଲେ ନାହିଁ। ବର୍ତ୍ତମାନ ରୋଗ ଯନ୍ତ୍ରଣାରେ ଜୀବନ ଜୀଉଁଛନ୍ତି ନୂଆଁଣିଆ ଘରେ। ରୋଗୀଣା ମାଆର ଚିକିତ୍ସା ପାଇଁ କିଏ ଦାଦନ ଖଟିବାକୁ ଆନ୍ଧ୍ର ଯାଇଛି ତ ଆଉ କିଏ ଗାଁ ଇଟା ଭାଟିରେ ଶୈଶବକୁ ବାଜି ଲଗାଇଛି। ଜୀବନ ଯନ୍ତ୍ରଣାର ଏ କରୁଣ ଚିତ୍ର ଆସିଛି ନୂଆପଡ଼ା ଜିଲ୍ଲାରୁ।

Kuntala PhotoOR

ପିଲାଙ୍କ ସହ ବସିଛନ୍ତି କୁନ୍ତଳା ମାଉସୀ

Manoranjan Sial
  • Published: Tuesday, 25 April 2023
  • Updated: 25 April 2023, 05:43 PM IST

Sports

Latest News

ଯାହାର ହାତ ଧରି ସଂସାର ଗଢ଼ିଥିଲେ, ସିଏ ଧୋକା ଦେଲା। ଅଧା ରାସ୍ତାରେ ଛାଡ଼ି ଆଉ କାହାର ହାତ ଧରି ଚାଲିଗଲା। ସାତ ଜନମର ଜୀବନ ସାଥୀ ଚାଲି ଚାଲିଗଲା ପରେ ୬ ଛୁଅଙ୍କ ଭାଗ୍ୟ ଗଢ଼ିବାରେ ଲାଗି ପଡ଼ିଲେ କୁନ୍ତଳା ମାଉସୀ। ଛୁଆଙ୍କ ଭବିଷ୍ୟତ ଗଢ଼ୁଥିବା ବେଳେ ଧୋକା ଦେଲା ଭାଗ୍ୟ! ଅକର୍ମଣ୍ୟ ହୋଇଗଲେ! ଚାଲିବୁଲି ପାରିଲେ ନାହିଁ। ବର୍ତ୍ତମାନ ରୋଗ ଯନ୍ତ୍ରଣାରେ ଜୀବନ ଜୀଉଁଛନ୍ତି ନୂଆଁଣିଆ ଘରେ। ରୋଗୀଣା ମାଆର ଚିକିତ୍ସା ପାଇଁ କିଏ ଦାଦନ ଖଟିବାକୁ ଆନ୍ଧ୍ର ଯାଇଛି ତ ଆଉ କିଏ ଗାଁ ଇଟା ଭାଟିରେ ଶୈଶବକୁ ବାଜି ଲଗାଇଛି। ଜୀବନ ଯନ୍ତ୍ରଣାର ଏ କରୁଣ ଚିତ୍ର ଆସିଛି ନୂଆପଡ଼ା ଜିଲ୍ଲାରୁ।

ସିନାପାଲି ବ୍ଲକ୍‌ ନୂଆପଡା ଗାଁର କୁନ୍ତଳା ମାଝୀ। ସ୍ୱାମୀ କନେକ ରାମ ଓ ୬ ପୁଅଝିଅଙ୍କୁ ନେଇ ତାଙ୍କ ପରିବାର। କାମଦାମ କରି ଯାହା ଉପାର୍ଜନ କରୁଥିଲେ ସେଥିରେ ଚଳୁଥିଲା କୁନ୍ତଳାଙ୍କ ତେଲ ଲୁଣର ସଂସାର। ପରିବାରକୁ ନେଇ ବେଶ୍‌ ଖୁସି ଥିଲେ କୁନ୍ତଳା। ହାଠାତ୍‌ ସେହି ପୂରିଲା ସଂସାରରେ ଲାଗିଲା କାହାର ନଜର। ୧୦ ବର୍ଷ ତଳେ କୁନ୍ତଳାଙ୍କ ବିଶ୍ଵାସରେ ବିଷ ଦେଇ ସ୍ୱାମୀ କନେକ ରାମ ଆଉ କାହା ସହ ଫେରାର ହୋଇଗଲେ। ଗଢ଼ିଥିବା ସଂସାର କଥା ଭୁଲିଗଲେ।

ସ୍ୱାମୀ ପଳାଇଗଲା ପରେ ଭାଙ୍ଗି ପଡ଼ିଲେ କୁନ୍ତଳା। ୬ ପ୍ରାଣୀ କୁଟୁମ୍ୱ ମୁହଁରେ ଦାନା କେମିତି ଦେବେ? ସେହି କଥା ଚିନ୍ତା କରି ଭାଙ୍ଗି ପଡ଼ିଲେ କୁନ୍ତଳା। ହେଲେ ହାର ମାନିଲେ ନାହିଁ। କାମଦାମ କଲେ। ଆଉ ଯାହା ରୋଜଗାର କଲେ ସେଥିରେ ବଡ଼ଝିଅ ଜଏମନୀ, ପୁଅ ଲଳିତ, ଦେବକୀ, ପୂଜା, ରୁଜା ଓ ସଂଜୁଙ୍କ ମୁହଁରେ ଦାନା ଦେଉଥିଲେ। ସବୁ କଷ୍ଟ ଓ ଯନ୍ତ୍ରଣାକୁ ଆଞ୍ଜୁଳାରେ ପିଇ ପିଲାମାନଙ୍କୁ ବଡ଼ କରିବାରେ ଲାଗି ପଡ଼ିଲେ। ଏହାରି ଭିତରେ ବଡ଼ ଝିଅ ବାହାହେବା ବୟସରେ ହୋଇଗଲେ। କଷ୍ଟେମଷ୍ଟେ ଓ ମାଗି ଜାଚି ବଡ଼ଝିଅ ଜାଏମନୀଙ୍କ ବାହାଘର କରାଇ ଥିଲେ।

Also Read

ବଡ଼ ଝିଅ ବାହାଘର ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ କୁନ୍ତଳା। ଶରୀର ଦୁର୍ବଳ ଲାଗିଲା। ଗୋଡ଼ ହାତ ଦରଦ ହେଲା। ତେଣୁ ପିଲାମାନେ ଧାର ଉଧାର କରି କୁନ୍ତଳାଙ୍କୁ ଧର୍ମଗଡ଼ ମେଡ଼ିକାଲ୍‌ ନେଇଥିଲେ। ମାତ୍ର ସେଠାରୁ କିଛି ସୁଫଳ ମିଳିଲା ନାହିଁ। ପରେ ଭବାନୀପାଟଣା ମେଡ଼ିକାଲ୍‌ ଓ ନବରଙ୍ଗପୁର ମେଡ଼ିକାଲ୍‌ ନେଇଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ଗୋଡାଏ ଔଷଧ ଖାଇବାକୁ ଦେଲେ। ହେଲେ ରୋଗ ଯନ୍ତ୍ରଣାରୁ ମୁକୁଳି ପାରିଲେ ନାହି କୁନ୍ତଳା। ଅର୍ଥ ଅଭାବରୁ ଅଧିକ ଚିକିତ୍ସା ହୋଇପାରି ନାହିଁ। ଏବେ ସେ ଚାଲି ବୁଲି ପାରୁନାହାନ୍ତି। ଦିନ ରାତି ୨୪ ଘଣ୍ଟା ନୂଆଣିଆ ଚାଳ ଘରେ ଖଟରେ ବସି ଛନ୍ତି। ଦରକାର ପଡ଼ିଲେ କଷ୍ଟରେ ବାଡ଼ି ଧରି କିମ୍ୱା ପୁଅ ଝିଅଙ୍କ ସହାୟତାରେ ଧୀରେ ଧୀରେ ଚାଲୁଛନ୍ତି। କିନ୍ତୁ ଘର କାମ କରିପାରୁ ନାହାନ୍ତି।

ବାପା ଚାଲିଗଲେ, ରୋଗୀଣା ମାଆ ବେଡ୍‌ରେ। ସରକାରୀ ଯୋଜନା କହିଲେ ପିଡିଏସ୍‌ ଚାଉଳ ବାବଦକୁ ୨୦ କିଲୋ ଚାଉଳ ଛଡ଼ା ଆଉ କିଛି ମିଳୁନି। ଏପରି ସ୍ଥିତିରେ ଘର ଚଳିବ କେମିତି? ତେଣୁ ୧୬ ବର୍ଷୀୟ ସାନ ଭଉଣୀ ପୂଜାକୁ ଧରି ବଡ଼ଭାଇ ଲଳିତ ଚାଲିଗଲେ ଆନ୍ଧ୍ରପ୍ରଦେଶ। ୫ ମାସ ହେଲା ସେଠାରେ ଭାଇ ଓ ଭଉଣୀ ଗୋଟିଏ ଇଟା ଭାଟିରେ କାମ କରୁଛନ୍ତି। ୧୮ ବର୍ଷୀୟ ଦେବକୀ ପର ଘରେ ମୂଳ ଲାଗୁଥିବା ବେଳେ ୧୪ ବର୍ଷର ସଞ୍ଜୁ ଗାଁ ଲୋକଙ୍କ ଜମିରେ ଇଟା ତିଆରି କାମ କରୁଛନ୍ତି। ଘରେ ମାଆ ପାଖେ ପାଖେ ରହୁଛନ୍ତି ରୁଜା। ରୋଷେଇ ବାସ କରିବା ସହ ମାଆଙ୍କ ଦେଖା ରଖା କରୁଛନ୍ତି ରୁଜା। କାମଦାମ କରି ଯାଆ ରୋଜଗାର କରୁଛନ୍ତି, ସେଥିରେ ମାଆର ଚିକିତ୍ସା କରିବା ସହିତ ଭୋକ ମେଣ୍ଟାଉ ଛନ୍ତି।

ସେପଟେ କୁନ୍ତଳାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ଼ ରହିଛି। ହେଲେ ସଚେତନତା ଅଭାବରୁ ସେ କାର୍ଡ଼ ବ୍ୟବହାର କରିପାରୁ ନାହାନ୍ତି। ଏପରିକି କାର୍ଡ ବ୍ୟବହାର କେମିତି କରିବେ ଓ କେଉଁଠି ଯିବେ ଜାଣିପାରୁ ନାହାନ୍ତି। ସବୁଠାରୁ ଦୁଃଖଦ ବିଷୟ ହେଲା ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ। ଭଙ୍ଗା ଦଦରା ଘରେ ଦୟଦୀୟ ସ୍ଥିତିରେ ଜୀବନ ଜିଉଁଛନ୍ତି ପୂରା ପରିବାର।

କୁନ୍ତଳାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଶ୍ରୀମାନ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଡାକ୍ତରୀ ଟିମ୍‌ ପଠାଇ ସମସ୍ୟା ବୁଝିବା ସହିତ ଚିକିତ୍ସାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ସିନାପାଲି ବିଡ଼ିଓ ସର୍ବେଶ୍ୱର ଜାଲ କହିଛନ୍ତି, ତଦନ୍ତ କରି ଘର ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

ରିପୋର୍ଟ-ଖଡ଼ିଆଳରୁ କୁନାଲ ଚରଣ ବେହେରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story