Advertisment

ଇଟାଭାଟିରେ ବନ୍ଧା ପଡ଼ିଛି ସ୍ୱାମୀ, ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଲା ସ୍ତ୍ରୀ!

ନୂଆପଡ଼ା (ମାୟାଧର ସରାଫ): ପରିବାର ଚଳାଇବା ପାଇଁ ବାହାର ରାଜ୍ୟର ଇଟା ଭାଟିକୁ କାମ କରି ଯାଇ ଥିଲେ। ଘରେ ବାପା, ସ୍ତ୍ରୀ ଆଉ ୨ ଛୁଆ। ଇଟା ଭାଟିରେ ସ୍ୱାମୀ, ମା’ ଏବଂ ଶାଳୀ। ଗାଁରେ ରହୁଥିବା ସ୍ତ୍ରୀ ହଠାତ୍ ମୃତ୍ୟୁବରଣ କଲା ପରେ ୨ ଛୁଆଙ୍କୁ ଦେଖିବାକୁ କେହି ନାହାନ୍ତି। ଘରେ ବୁଢା ଜେଜେ। ଇଟା ଭାଟିରେ ବନ୍ଧା ପଡିଛନ୍ତି ଶିଶୁଙ୍କ ବାପା, ଜେଜେ ମା’ ଓ ମାଉସୀ। ଏମିତି କିଛି ଦୃଶ୍ୟ ଦେଖିବାକୁ […]

ଇଟାଭାଟିରେ ବନ୍ଧା ପଡ଼ିଛି ସ୍ୱାମୀ, ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଲା ସ୍ତ୍ରୀ!

nuapaa

Advertisment

ନୂଆପଡ଼ା (ମାୟାଧର ସରାଫ): ପରିବାର ଚଳାଇବା ପାଇଁ ବାହାର ରାଜ୍ୟର ଇଟା ଭାଟିକୁ କାମ କରି ଯାଇ ଥିଲେ। ଘରେ ବାପା, ସ୍ତ୍ରୀ ଆଉ ୨ ଛୁଆ। ଇଟା ଭାଟିରେ ସ୍ୱାମୀ, ମା’ ଏବଂ ଶାଳୀ। ଗାଁରେ ରହୁଥିବା ସ୍ତ୍ରୀ ହଠାତ୍ ମୃତ୍ୟୁବରଣ କଲା ପରେ ୨ ଛୁଆଙ୍କୁ ଦେଖିବାକୁ କେହି ନାହାନ୍ତି। ଘରେ ବୁଢା ଜେଜେ। ଇଟା ଭାଟିରେ ବନ୍ଧା ପଡିଛନ୍ତି ଶିଶୁଙ୍କ ବାପା, ଜେଜେ ମା’ ଓ ମାଉସୀ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ୍ ଚନୁଟମାଲ ଗାଁରେ।

Advertisment

ଗାଁର ଭୋସିନ୍ଦୁ ଶବର ନିଜ ମା’ ଓ ଶାଳୀଙ୍କୁ ଧରି ଗତବର୍ଷ ନଭେମ୍ବର ୨୪ ତାରିଖରେ ପୈଦାପଲ୍ଲୀ ରଙ୍ଗାପୁର ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ଗତବର୍ଷ ଲକଡାଉନ ଓ ସଟଡାଉନ କାରଣରୁ ପରିବାର ଚଳାଇବା କଷ୍ଟକର ହେବାରୁ ଭୋସିନ୍ଦୁ ଏହି ନିଷ୍ପତ୍ତି ନେଇଥିଲେ। ଘରେ ଭୋସିନ୍ଧୁଙ୍କ ବାପା ଦଶମୁ ଶବର, ସ୍ତ୍ରୀ ତୁଲସା ଶବର ତାଙ୍କର ୨ ପିଲାଙ୍କ ସହ ରହୁ ଥିଲେ। କିଛି ଦିନ ତଳେ ହଠାତ ତୁଲସାଙ୍କର ଦେହାନ୍ତ ହୋଇଥିଲା।

ଚଳିତ ପଞ୍ଚାୟତ ନିର୍ବାଚନରେ ତୁଲସା ଅରେଡା ପଞ୍ଚାୟତର ସମିତି ସଭ୍ୟା ପଦ ପାଇଁ ନାମାଙ୍କନ ବି ଦାଖଲ କରିଥିଲେ। କିନ୍ତୁ ନିର୍ବାଚନ ପୂର୍ବରୁ ଆଖି ବୁଜିଛନ୍ତି ତୁଳସା। ଆଉ ତୁଲସାଙ୍କ ପାଇଁ ତାଙ୍କ ସଂପର୍କୀୟଙ୍କ ଆଖିରୁ ଲୁହ ଶୁଖୁନି। ତୁଲସାଙ୍କୁ ମନେ ପକାଇ ଦିନରାତି କାନ୍ଦୁଛନ୍ତି। ୨ ଶିଶୁଙ୍କୁ କେମିତି ମଣିଷ କରିବେ, ତାକୁ ନେଇ ଚିନ୍ତାରେ ତୁଲସାଙ୍କ ସମ୍ପର୍କୀୟ।

Advertisment

ଏପଟେ ଇଟାଭାଟିରେ ବାପା ଭୋସିନ୍ଧୁ ସହ ଅନ୍ୟ ୨ ଜଣ ବନ୍ଧା ପଡିଛନ୍ତି। ଶାରୀରିକ ଓ ମାନଶିକ ନିର୍ଯାତନା ପାଉଛନ୍ତି। କଥା କଥାରେ ମାଡ଼ ଖାଉଛନ୍ତି। ତାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ତେବେ ଉଦ୍ଧାର ପାଇଁ ଉଦ୍ୟମ କରାଯାଉ ଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe