Advertisment

ବୃଦ୍ଧାଙ୍କୁ ଟାଣି ନେଲା ବାଘ

ସ୍ଥାନୀୟ ଲୋକେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ବାଘଟି ଭୟଭୀତ ହୋଇ ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା।

ଅଦ୍ୟତନ ହୋଇଛି
Tiger attack

Tiger attack

Advertisment

ବାଘ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜଳମଡ଼େଇ ଗାଁରେ। ମୃତ ବୃଦ୍ଧା ଜଣଙ୍କ ହେଲେ ସାନମତି ବାରିକ। ତାଙ୍କୁ ୬୫ ବର୍ଷ ହୋଇଥିଲା।

Advertisment

ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସାନମତି ଘର ପାଖ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଜଙ୍ଗଲରେ କାଠ ସଂଗ୍ରହ କରୁଥିବା ସମୟରେ ବାଘ ହାବୁଡ଼ରେ ପଡ଼ିଯାଇଥିଲେ। ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସାନମତି ବାଘ କବଳରୁ ନିଜକୁ ରକ୍ଷା କରି ପାରି ନଥିଲେ।ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସିଥିଲେ। ସ୍ଥାନୀୟ ଲୋକେ ବାଘକୁ ଠେଙ୍ଗା ବାଡ଼ି ଦେଖାଇ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ଲୋକଙ୍କୁ ଦେଖି ଭୟଭୀତ ହୋଇ ବାଘଟି ସାନମତିଙ୍କୁ ଅଧା ଖାଇ ଜଙ୍ଗଲକୁ ଦୌଡ଼ି ପଳାଇଥିଲା।

ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। 

Advertisment

ମହାବଳ ବାଘ ସାନମତିଙ୍କୁ ମାରିଛି ବୋଲି ପ୍ରଥମେ ସୂଚନା ଆସିଥିଲା। ତେବେ ପିସିସିଏଫ୍ କହିଛନ୍ତି ଯେ ମହାବଳ ନୁହେଁ, କଲରାପତରିଆ ବାଘରଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବାଘ ଉପରେ ନଜର ରଖାଯାଇଛି। ତା’ସହିତ ଲୋକଙ୍କୁ ସତର୍କ କରାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। 

Nuapada Tiger Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe