Advertisment

ମୃତ୍ୟୁର ଫାଶରେ ଚାଷୀ! ବିଲକୁ ଯାଉଥିବା ବେଳେ ଚାଲିଗଲେ

ଖଡ଼ିଆଳ (କୁନାଲ ଚରଣ ବେହେରା): ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ପଞ୍ଚାୟତର ଖାଇରଭାଡ଼ି ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଯୁବକଙ୍କ ନାଁ ମିଳାପ ଠେଲା ଓ ତାଙ୍କ ବୟସ ୩୦ ବର୍ଷ। ସେ ଆଜି ସକାଳୁ ନିଜ ଧାନ ବିଲକୁ ଯାଇଥିଲେ। ବିଲରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଆଉ ଏହି ତାର ସଂସ୍ପର୍ଶରେ ଆସି ସେ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ସମୟ ଧରି ପୁଅ ନଫେରିବାରୁ ବାପା ଅସ୍ତବ୍ୟସ୍ତ […]

author-image
Ranjit Kumar Jena
ମୃତ୍ୟୁର ଫାଶରେ ଚାଷୀ! ବିଲକୁ ଯାଉଥିବା ବେଳେ ଚାଲିଗଲେ

death

ଖଡ଼ିଆଳ (କୁନାଲ ଚରଣ ବେହେରା): ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ପଞ୍ଚାୟତର ଖାଇରଭାଡ଼ି ଗ୍ରାମର ଜଣେ ଯୁବକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଯୁବକଙ୍କ ନାଁ ମିଳାପ ଠେଲା ଓ ତାଙ୍କ ବୟସ ୩୦ ବର୍ଷ।

Advertisment

ସେ ଆଜି ସକାଳୁ ନିଜ ଧାନ ବିଲକୁ ଯାଇଥିଲେ। ବିଲରେ ଏକ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଥିଲା। ଆଉ ଏହି ତାର ସଂସ୍ପର୍ଶରେ ଆସି ସେ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ସମୟ ଧରି ପୁଅ ନଫେରିବାରୁ ବାପା ଅସ୍ତବ୍ୟସ୍ତ ହୋଇପଡ଼ିଲେ। ଯାହା ପରେ ତାଙ୍କ ବାପା ରାଇଧର ଠେଲା ଖୋଜିବାକୁ ଯାଇ ପୁଅର ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଲେ।

ଯୁବକ ଜଣକ ବିବାହିତ ଓ ତାଙ୍କର ଗୋଟିଏ ଛୋଟ ପୁଅ ଓ ଛୋଟ ଝିଅ ଥିବା ଜଣା ପଡ଼ିଛି। ଲୋକଙ୍କ ଅଭିଯୋଗ ହେଲା ବିଲ ପାଖରେ ବିଦ୍ୟୁତ ତାର ଜଏଣ୍ଟ ହୋଇଛି। କିନ୍ତୁ ଆଲୁମିନିୟମ ବଦଳରେ ଜିଆଇ ତାର ଯୋତା ଯାଇଛି। ଯାହା ସାଧାରଣରେ ଦୃଶ୍ୟମାନ ହେଉନାହିଁ। ଆଉ ଏହି କାରଣରୁ ଯୁବକ ଜଣକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ବିଦ୍ୟୁତ ବିଭାଗର ଭୁଲ ଥିବାରୁ ଗ୍ରାମବାସୀ କୋଡିଏ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଖଡ଼ିଆଳ ଏସଆଇ ସୁନିତା ବେହେରାଙ୍କ ସହ ପୁଲିସ ଟିମ ଆସି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଓ ତଦନ୍ତ କରୁଛି।