Advertisment

ଯୁବକକୁ ଝୁଣି ପକାଇ ଗଛ ଉପରକୁ ଚଢ଼ିଗଲା ବାଘ

ଘରକୁ ଫେରୁଥିବା ବେଳେ ଜଙ୍ଗଲ ପାର୍ଶ୍ୱରେ କଲରାପତରିଆ ବାଘ ହାବୁଡ଼ରେ ପଡ଼ିଥିଲେ। ବାଘଟି ତାଙ୍କୁ ଝୁଣି ପକାଇଥିଲା।

Tiger

Tiger

Advertisment

ଘାରକୁ ଫେରୁଥିବା ବେଳେ ରାସ୍ତାରେ ବାଘ ହାବୁଡ଼ରେ ପଡ଼ିଲେ। ସାମ୍ନାରେ ପାଇ ବାଘ ତାଙ୍କୁ ଝୁଣି ପକାଇଥିଲା। ପରେ ବାଘଟି ଗଛ ଉପରକୁ ଚଢ଼ି ଯାଇଥିଲା। ଆଜି ଅପରାହ୍ନରେ ଏପରି ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି।

Advertisment

ସିନାପାଲି ବ୍ଲକ ହୀରାପୁର ଗାଁର ସେନାପତି ମାଝୀ ଜଙ୍ଗଲ ଭିତରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ। ଆଜି ଅପରାହ୍ନ ପ୍ରାୟ ୪ଟାରୁ ୫ଟା ମଧ୍ୟରେ ସେ ଘରକୁ ଫେରୁଥିବା ବେଳେ ଜଙ୍ଗଲ ପାର୍ଶ୍ୱରେ କଲରାପତରିଆ ବାଘ ହାବୁଡ଼ରେ ପଡ଼ିଥିଲେ। ବାଘଟି ତାଙ୍କୁ ଝୁଣି ପକାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଲୋକଙ୍କ ହୋହଲ୍ଲା ଯୋଗୁ ବାଘଟି ଗୋଟିଏ ତେନ୍ତୁଳି ଗଛରେ ଚଢ଼ି ଯାଇଥିଲା। ଏବେ ଗଛ ଉପରେ ବାଘ ରହିଛି। ଖବର ପାଇ ସିନାପାଲି ବନ କର୍ମଚାରୀମାନେ ଗଛ ମୂଳରେ ଜଗି ରହିଛନ୍ତି। ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ସେହି ରାସ୍ତା ଦେଇ ନଯିବା ପାଇଁ ବନ ବିଭାଗ ଆଖପାଖ ଗାଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Advertisment
Nuapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe