Advertisment

ନୂଆପଡାରେ ବଜ୍ରପାତ: ୩ମୃତ,୨ଗୁରୁତର

ନୂଆପଡା: ବଜ୍ରପାତରେ ତିନିଜଣଙ୍କର ପ୍ରାଣହାନି ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ଏହି ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ କୁଲେକେଲା ଗାଁ ରେ। ଗୁରୁତରମାନଙ୍କୁ ବୋ଼ଡେନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ଝଡପବନ ହେବାପରେ କୁଲେକେଲା ଗାଁର କିଛି ଲୋକ ଆମ୍ବ ଗୋଟେଇବାକୁ ପାଖରେଥିବା ଏକ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ରୀତୁ ମହାନନ୍ଦା, ଜୁନା ଖର୍ସେଲ ଓ ପୃଥ୍ୱୀରାଜ ଚିନ୍ଦାଙ୍କ ପ୍ରାଣ […]

ନୂଆପଡାରେ ବଜ୍ରପାତ: ୩ମୃତ,୨ଗୁରୁତର

nuapada lighting

Advertisment

ନୂଆପଡା: ବଜ୍ରପାତରେ ତିନିଜଣଙ୍କର ପ୍ରାଣହାନି ହୋଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗତ ସନ୍ଧ୍ୟାରେ ଏହି ଘଟଣା ଘଟିଛି ନୂଆପଡା ଜିଲ୍ଲା ବୋଡେନ୍ ଥାନା ଅନ୍ତର୍ଗତ କୁଲେକେଲା ଗାଁ ରେ। ଗୁରୁତରମାନଙ୍କୁ ବୋ଼ଡେନ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ଝଡପବନ ହେବାପରେ କୁଲେକେଲା ଗାଁର କିଛି ଲୋକ ଆମ୍ବ ଗୋଟେଇବାକୁ ପାଖରେଥିବା ଏକ ଆମ୍ବ ବଗିଚାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ରୀତୁ ମହାନନ୍ଦା, ଜୁନା ଖର୍ସେଲ ଓ ପୃଥ୍ୱୀରାଜ ଚିନ୍ଦାଙ୍କ ପ୍ରାଣ ହାନି ହୋଇଥିଲା । ଆହାତ ଦୁଇଜଣ ହେଲେ ଧର୍ମରାଜ ଚିନ୍ଦା ଓ  ଗୋପିନାଥ ଚିନ୍ଦା। ଏହି ଘଟଣାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। ଆଜି ମୃତକମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe