ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍ NUJ ଉଦବେଗ ପ୍ରକାଶ କରିଛି। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଏନୟୁଜେ ଦୃଢ଼ ନିନ୍ଦା କରିଛି । NUJ ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା । ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି ।
ପୁଲିସ କୌଣିସ ପରିଚୟପତ୍ର ନଦେଖାଇ କିମ୍ବା କୌଣସି ଓ୍ୱାରେଣ୍ଟ ନଥାଇ ତାଙ୍କୁ ବେଆଇନ ଓ ଜବରଦସ୍ତି ଉଠାଇ ନିଆଯାଇଛି । ତେଣୁ ପୋଲିସର ଏ କାର୍ଯ୍ୟାନୁଷ୍ଠାନ ସମ୍ବିଧାନ ପ୍ରଦତ୍ତ ବାକ୍ ସ୍ୱାଧୀନତା ଭଳି ମୌଳିକ ଅଧିକାରର ବିରୋଦ୍ଧାଚରଣ କରୁଛି। ଏପରିକି ଗଣମାଧ୍ୟମ ସ୍ୱର ଚାପିବାକୁ ରାଜ୍ୟ ସରକାର ପୁଲିସ ଓ ଅନ୍ୟ ସଂସ୍ଥାର ଦୁରୂପଯୋଗ କରୁଛନ୍ତି । ଏଭଳି ଆକ୍ରୋଶମୂଳକ କାର୍ଯ୍ୟରୁ ବିରତ ରହି ସରକାର ସାମ୍ବାଦିକଙ୍କୁ ସେମାନଙ୍କ କାମ କରିବାକୁ ଦିଅନ୍ତୁ ବୋଲି ସଂଘ ଦାବି କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।