Advertisment

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍ NUJ ଉଦବେଗ ପ୍ରକାଶ କରିଛି। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଏନୟୁଜେ ଦୃଢ଼ ନିନ୍ଦା କରିଛି । NUJ ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା । ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର […]

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

8nb

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ନ୍ୟାସନାଲ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍ NUJ ଉଦବେଗ ପ୍ରକାଶ କରିଛି। ଓଟିଭି ସାମ୍ବାଦିକ ରମେଶ ରଥଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଏନୟୁଜେ ଦୃଢ଼ ନିନ୍ଦା କରିଛି । NUJ ସଭାପତି ରାସ ବିହାରୀ ଏବଂ ମହାସଚିବ ପ୍ରସନ୍ନ ମହାନ୍ତି ଏକ ମିଳିତ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଗଣମାଧ୍ୟମ ପ୍ରତି ଏହା ରାଜ୍ୟ ସରକାରଙ୍କ ଅସହିଷ୍ଣୁତା । ସେମାନଙ୍କ ଚାପର ବଶବର୍ତ୍ତୀ ହେଉନଥିବାରୁ ସରକାର ଏଭଳି ଅସହିଷ୍ଣୁତା ପ୍ରଦର୍ଶନ କରିଛନ୍ତି ।

Advertisment

ପୁଲିସ କୌଣିସ ପରିଚୟପତ୍ର ନଦେଖାଇ କିମ୍ବା କୌଣସି ଓ୍ୱାରେଣ୍ଟ ନଥାଇ ତାଙ୍କୁ ବେଆଇନ ଓ ଜବରଦସ୍ତି ଉଠାଇ ନିଆଯାଇଛି । ତେଣୁ ପୋଲିସର ଏ କାର୍ଯ୍ୟାନୁଷ୍ଠାନ ସମ୍ବିଧାନ ପ୍ରଦତ୍ତ ବାକ୍ ସ୍ୱାଧୀନତା ଭଳି ମୌଳିକ ଅଧିକାରର ବିରୋଦ୍ଧାଚରଣ କରୁଛି।  ଏପରିକି ଗଣମାଧ୍ୟମ ସ୍ୱର ଚାପିବାକୁ ରାଜ୍ୟ ସରକାର ପୁଲିସ ଓ ଅନ୍ୟ ସଂସ୍ଥାର ଦୁରୂପଯୋଗ କରୁଛନ୍ତି । ଏଭଳି ଆକ୍ରୋଶମୂଳକ କାର୍ଯ୍ୟରୁ ବିରତ ରହି ସରକାର ସାମ୍ବାଦିକଙ୍କୁ ସେମାନଙ୍କ କାମ କରିବାକୁ ଦିଅନ୍ତୁ ବୋଲି ସଂଘ ଦାବି କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe