ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୫

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ପୂର୍ବରୁ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିଲା। ହେଲେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଜଣାଇଛି। 15 COVID Positive cases confirmed today: 7 close contacts of Suryanagar case (including wife, daughter and tenants) […]

corona

Subrat Kumar Nayak
  • Published: Friday, 03 April 2020
  • , Updated: 03 April 2020, 11:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ପୂର୍ବରୁ ଓଡ଼ିଶାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିଲା। ହେଲେ ଶୁକ୍ରବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଜଣାଇଛି।
https://twitter.com/HFWOdisha/status/1246131083839561728?s=20

ନୂଆ କରି ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରେ ସୂର୍ଯ୍ୟନଗର ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣ ଅଛନ୍ତି। ସେମାନେ ହେଲେ ପ୍ରଦୀପ୍ତଙ୍କ ପତ୍ନ, ତାଙ୍କ ଝିଅ ଓ ତାଙ୍କ ଘରେ ରହୁଥିବା ୫ ଜଣ ଅଛନ୍ତି। ସେହିପରି କଟକରୁ ଜଣେ, ଭୁବନେଶ୍ୱର ବମିଖାଲର ୩ ଜଣ, ପୁରୀରୁ ଓ ଯାଜପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଭଦ୍ରକରେ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଗୋଟିଏ ଦିନରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ୫ ଜଣ ଆକ୍ରାନ୍ତ ହୋଇଥିଲେ। କରୋନାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ଗତକାଲି ସୂର୍ଯ୍ୟନଗର ଓ ଆଜି ବମିଖାଲ୍‌ ଅଞ୍ଚଳକୁ ସିଲ୍‌ କରିଛି। ବମିଖାଲ୍‌ର ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ଏକାମ୍ର ସିନେମା ହଲ୍‌ଠାରୁ ଝାରପଡ଼ା କେନାଲ ରୋଲ୍‌ ସିଲ୍ କରାଯାଇଛି। ସେହିପରି ଝାରପଡ଼ା କେନାଲ ରୋଡ୍‌ଠାରୁ ଝାରପଡ଼ା ଦୁର୍ଗା ମଣ୍ଡପ, ଝାରପଡ଼ା ଦୁର୍ଗା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌ ନିକଟ ଡିସିବି ବ୍ୟାଙ୍କ ଛକ, କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ ଛକ ଠାରୁ ଏକାମ୍ର ହଲ୍‌ କାଫେ କଫି ଡେ ପର୍ଯ୍ୟନ୍ତ ସିଲ୍‌ କରିଛି ବିଏମ୍‌ସି।

Related story