Advertisment

ଡ୍ୟୁଟିରେ ଥିଲେ ନର୍ସ; ଛୁରୀ ଭୁସି ଦେଲେ ସ୍ୱାମୀ

ନିଆଳି(ଓଡ଼ିଶା ରିପୋର୍ଟର): ଡ୍ୟୁଟିରେ ଥିବା ଜଣେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା କଲେ ସ୍ୱାମୀ। ଘଟଣାସ୍ଥଳରେ ନର୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କାବୁ କଲେ ଲୋକେ। କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ମୁତାବକ, ଆଜି ମହୁରା ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯାଉଥିଲା। ମହିଧରପଡ଼ା ମେଡିକାଲରେ କାର୍ଯ୍ୟରତ ଥିବା ସଂପୃକ୍ତ ନର୍ସ ସେଠାକୁ ଯାଇଥିଲେ। […]

ଶ୍ୱଶୁର ଘରକୁ ଯିବା ବେଳେ ଯୁବକଙ୍କୁ ଭୁଜାଲି ଚୋଟ

attack

Advertisment

ନିଆଳି(ଓଡ଼ିଶା ରିପୋର୍ଟର): ଡ୍ୟୁଟିରେ ଥିବା ଜଣେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା କଲେ ସ୍ୱାମୀ। ଘଟଣାସ୍ଥଳରେ ନର୍ସଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କାବୁ କଲେ ଲୋକେ। କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ସୂଚନା ମୁତାବକ, ଆଜି ମହୁରା ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯାଉଥିଲା। ମହିଧରପଡ଼ା ମେଡିକାଲରେ କାର୍ଯ୍ୟରତ ଥିବା ସଂପୃକ୍ତ ନର୍ସ ସେଠାକୁ ଯାଇଥିଲେ। କିନ୍ତୁ ଟୀକା ଦାନ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ତାଙ୍କ ସ୍ୱାମୀ ସେଠାରେ ପହଞ୍ଚି ଯାଇଥିଲେ। ସେଠାରେ ସେ ପତ୍ନୀଙ୍କ ଦେହରେ ଛୁରୀ ଭୁସି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ସମ୍ପୃକ୍ତ ନର୍ସଙ୍କ ମୃତ୍ୟୁ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହତ୍ୟା ପଛର କାରଣ ଜଣାପଡ଼ି ନ ଥିବା ବେଳେ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଘଟଣା ଉପରୁ ପରଦା ଉଠିବ ବୋଲି ଚର୍ଚ୍ଚା ହେଉଛି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe