Advertisment

ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖୋଲତାଡ ଜାରି ରହିଛି। ଏହି ଘଟଣାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ ରୁମ୍‌ରୁ ମିଳିଛି ଏକ ହାତ ଲେଖା ଚିଠି। ନିଦ ନ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ହାତଲେଖା ଚିଠି ସମ୍ପୃକ୍ତ ଛାତ୍ରୀଙ୍କର ନା ଆଉ କାହାରା ତାହା ସ୍ପଷ୍ଟ ହୋଇନାହିଁ। ଗୋଟିଏ ମିନିଟ୍‌ ବି ନିଦ ହେଉନି। […]

ଅଦ୍ୟତନ ହୋଇଛି
ମିଳିଲା ହାତ ଲେଖା ଚିଠି, ନିଦ ନ ହେବାରୁ ଆତ୍ମହତ୍ୟା!

Nurshing student

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଖୋଲତାଡ ଜାରି ରହିଛି। ଏହି ଘଟଣାରେ ଏବେ ଏକ ବଡ଼ ଖୁଲାସା ହୋଇଛି। ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ ରୁମ୍‌ରୁ ମିଳିଛି ଏକ ହାତ ଲେଖା ଚିଠି। ନିଦ ନ ହେବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ହାତଲେଖା ଚିଠି ସମ୍ପୃକ୍ତ ଛାତ୍ରୀଙ୍କର ନା ଆଉ କାହାରା ତାହା ସ୍ପଷ୍ଟ ହୋଇନାହିଁ।

Advertisment

ଗୋଟିଏ ମିନିଟ୍‌ ବି ନିଦ ହେଉନି। ବହୁତ କଷ୍ଟ ଲାଗୁଛି, କିଛି କରିବାକୁ ଇଚ୍ଛା ହେଉନି। ଏଥିରେ କାହାର ଦୋଷ ନାହିଁ, ପୁଲିସ କାହାରିକୁ ହଇରାଣ କରନ୍ତୁନି ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି।

ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରୀଙ୍କ ନାଁ କୁନି କହଁର, ଘର ବଲାଙ୍ଗିର  ସେ ନର୍ସିଂ ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତେବେ କିପରି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେ ନେଇ ଛାନଭିନ୍ ଚାଲିଛି। ଘଟଣାସ୍ଥଳରେ ଆଜି ଫୋରେନସିକ୍ ଟିମ୍ ଓ ପୁଲିସ ପହଞ୍ଚି ତଦନ୍ତ କରିଛନ୍ତି।

Advertisment

ଝିଅ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ସେମାନଙ୍କ ଉପସ୍ଥିତିରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବ। ପ୍ରାଥମିକ ତଦନ୍ତରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

ଦୁଇ ଦିନ ଧରି ସେ ମାନସିକ ଚାପରେ ଥିବା ହଷ୍ଟେଲ କର୍ତ୍ତୃପକ୍ଷ ଫୋନ୍ କରି ଘର ଲୋକଙ୍କୁ ଜଣାଇଥିଲେ। ତାଙ୍କୁ ନେଇଯିବା ପାଇଁ ପରିବାର ଲୋକଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ କହିଥିବାବୋଲି ଜଣାପଡିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe