Advertisment

ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ତୁଷାରକାନ୍ତ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି, ପ୍ରଦୀପ କୁମାର ଗରଦିଆଙ୍କୁ ଓଡ଼ିଶା ପଣ୍ୟାଗାର […]

ଓଏଏସସ୍ତରରେ ଅଦଳବଦଳ

secretariat-odisha-750x430

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି।

Advertisment

ସେହିପରି ତୁଷାରକାନ୍ତ ମହାନ୍ତିଙ୍କୁ ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି, ପ୍ରଦୀପ କୁମାର ଗରଦିଆଙ୍କୁ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ଚିତ୍ତରଞ୍ଜନ ପାତ୍ରଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ପ୍ରତାପ କୁମାର ମିଶ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ, ଶୁଭେନ୍ଦ୍ର କୁମାର ନାୟକଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ଶିବନାରାୟଣ ସାହୁଙ୍କୁ ଏମଏସଏମଇ ବିଭାଗର ଯୁଗ୍ମ ସଚିବ, ଲୀନା କୁମାରୀ ସେସଙ୍କୁ ସୁନ୍ଦରଗ ଡେପୁଟି କଲେକ୍ଟର, ସୁବ୍ରତ କୁମାର ନାୟକଙ୍କୁ ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଫିସର, ଲଗ୍ନଜିତ୍ ରାଉତଙ୍କୁ ନୟାଗଡ଼ ଉପଜିଲ୍ଲାପାଳ, ଅରୁଣ କୁମାର ମଲ୍ଲିକଙ୍କୁ ପାନପୋଷ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ସରୋଜ କୁମାର ବେହେରାଙ୍କୁ ସୁକିନ୍ଦାସ୍ଥିତ ରେଙ୍ଗାଳୀ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର, ଅଞ୍ଜାଲିନା ପ୍ରଧାନଙ୍କୁ ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ ଓ ସୁଧାଂଶୁ କୁମାର ମହାନ୍ତିଙ୍କୁ ନୂଆଦିଲ୍ଲୀରେ ମ୍ୟାନେଜର ତଥା ଉପ ଆବାସିକ କମିଶନର ଭାବେ ବଦଳି କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe