ଆରମ୍ଭ ହେଲା ଓବିସି ସର୍ଭେ : ପ୍ରଥମ ଦିନରେ ୨୫ହଜାର ପରିବାର ସାମିଲ, ବିରୋଧୀଙ୍କ ବିରୋଧ

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯାଉଛି । ଏହି ସର୍ଭେ ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ।

OBC

Representative image

Ordigital Desk
  • Published: Monday, 01 May 2023
  • Updated: 01 May 2023, 09:38 PM IST

Sports

Latest News

 ଦେଶରେ ବିହାର ପରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ଭାବେ ଆଜିଠୁ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କ ଗଣନା ଆରମ୍ଭ କରିଛି । ମେ’ ୧ରୁ ଆରମ୍ଭ ହୋଇଥିବା ଏହି ସର୍ଭେ ମେ’ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରେ ରାଜ୍ୟବ୍ୟାପୀ ପ୍ରାୟ ୨୫ହଜାର ପଛୁଆ ବର୍ଗ ପରିବାର ଏହି ସର୍ଭେରେ ସାମିଲ ହୋଇ ନିଜ ନିଜର ତଥ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି । ଏପଟେ ଓବିସି ଗଣନାକୁ ତ୍ରୁଟିଯୁକ୍ତ କହି ବିଜେପି ବର୍ଷିଥିବାବେଳେ ରାଜ୍ୟ ସମାଜବାଦୀ ପାର୍ଟି ଏହାକୁ ପଛୁଆବର୍ଗଙ୍କ ଜନଗଣନା ନୁହେଁ ବରଂ ଏସଇବିସି ରେଜିଷ୍ଟ୍ରେସନ୍ ବୋଲି କଟାକ୍ଷ କରିଛି ।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରାଯାଉଛି । ଏହି ସର୍ଭେ ମେ’ ୧ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୦ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରବିବାର ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ କରାଯିବ । ଛୁଟିଦିନଗୁଡ଼ିକରେ ବି ସର୍ଭେ କାର୍ଯ୍ୟ ଜାରି ରହିବ । ସର୍ଭେ ସେଂଟର ସମ୍ବନ୍ଧୀୟ ତଥ୍ୟ ନିକଟସ୍ଥ ଖାଉଟି ସାମଗ୍ରୀ ବଂଟନ କେନ୍ଦ୍ର ବା ଅଙ୍ଗନବାଡ଼ି କେନ୍ଦ୍ରରେ ମିଳିପାରିବ ।

ସରକାରଙ୍କ ସୂଚନା ଅନୁସାରେ, ଏହି ସର୍ଭେ ପାଇଁ ନିଜ ନିଜର ତଥ୍ୟକୁ ସର୍ଭେ କେନ୍ଦ୍ରକୁ ଯାଇ କିମ୍ବା ଅନଲାଇନ୍ ମାଧ୍ୟମରେ ଦିଆଯାଇପାରିବ । ଅନଲାଇନ୍ ମାଧ୍ୟମରେ ନିଜ ମୋବାଇଲ, ଡେସ୍କଟପ୍ ଅବା ଲାପଟପ୍ ବ୍ୟବହାର କରି ଓଡ଼ିଶା ରାଜ୍ୟ ଓବିସି ପୋର୍ଟାଲକୁ ବିନା ମୂଲ୍ୟରେ ତଥ୍ୟ ପ୍ରଦାନ କରିହେବ । ପରିବାରର ମୁଖ୍ୟ କିମ୍ବା ସଦସ୍ୟ ମଧ୍ୟ ସର୍ଭେ କେନ୍ଦ୍ରକୁ ଯାଇ ନିଜ ଓ ପରିବାର ସଦସ୍ୟମାନଙ୍କ ତଥ୍ୟ ପ୍ରଦାନ କରିପାରିବେ । ସର୍ଭେ କେନ୍ଦ୍ରକୁ ଯିବା ସମୟରେ ସାଙ୍ଗରେ ରାସନ କାର୍ଡ ଓ ଯେକୌଣସି ପରିଚୟ ପତ୍ର(ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପ୍ୟାନକାର୍ଡ,ପାସପୋର୍ଟ) ନେଇ ଯିବାକୁ ହେବ । ଯେଉଁ ପରିବାରର ରାସନ କାର୍ଡ ନଥିବ ଅବା କୌଣସି ସଦସ୍ୟଙ୍କ ପରିଚୟ ପତ୍ର ନଥିବ ସେମାନେ ବି ନିଜର ତଥ୍ୟ ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

Also Read

ଏପଟେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିକଟରେ ପଛୁଆ ବର୍ଗଙ୍କ ତଥ୍ୟ ନାହିଁ । ଆଗରୁ ସର୍ଭେ କରିଥିଲେ, ଏବେ ପୁଣି ଥରେ ସର୍ଭେ କରାଯାଉଛି । ସମସ୍ତଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏଭଳି ମିଛ ବାହାନ କରୁଛନ୍ତି । ସଠିକ୍ ସର୍ଭେ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ନୁହେଁ । ପବିତ୍ର ବିଧାନସଭାରେ ମିଛ କହିବାକୁ ପଛାଉନଥିବା ବିଜେଡି ସରକାର ସତକଥାକୁ ସ୍ପଷ୍ଟ କରନ୍ତୁ । ଏବେବି ବହୁ ପଛୁଆବର୍ଗଙ୍କ ନାଁ ସରକାରୀ ତାଲିକାରେ ନାହିଁ । ରାଜ୍ୟ ସରକାର ପ୍ରଥମେ ତାଲିକା ପ୍ରସ୍ତୁତ କରନ୍ତୁ, ପରେ ଘରକୁ ଘର ବୁଲି ସର୍ଭେ କରିବେ । ଏବେ ନାଁକୁ ସର୍ଭେ ହେଉଛି । ଏହା ଉଦ୍ଦେଶ୍ୟମୂଳକ ଓ ରାଜ୍ୟ ସରକାର କେବଳ ପ୍ରହସନ କରୁଛନ୍ତି ବୋଲି ବିଜେପି କହିଛି ।

ସେହିପରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ରାଜ୍ୟ ଓବିସି କମିଶନଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସରକାର ଯେଉଁ ପଛୁଆବର୍ଗ ଜନଗଣନା କରୁଛନ୍ତି ତାହା ପଛୁଆବର୍ଗ ଜନଗଣନା ନୁହେଁ ବରଂ ଏସଇବିସି ରେଜିଷ୍ଟ୍ରେସନ । ପଛୁଆବର୍ଗର ସାମାଜିକ ଓ ଅର୍ଥନୀତିକ ଅଧିକାର ସହ ରାଜ୍ୟ ସରକାର ଖେଳ ଖେଳିବା ବନ୍ଦ କରନ୍ତୁ ବୋଲି ଶ୍ରୀ ବେହେରା କହିଛନ୍ତି ।

ଅନ୍ୟପକ୍ଷରେ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ଜାଣିବାକୁ ଏହି ସର୍ଭେ ହେଉଛି । ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟ ସର୍ଭେ ସେଂଟରରେ ତଥ୍ୟ ଦାଖଲ କରାଯାଉଛି । ବିରୋଧୀ କିଏ କ’ଣ ଅଭିଯୋଗ କଲେ ସେଥିରେ କଛି ଯାଏଆସେ ନାହିଁ । ଏହି ସର୍ଭେ ୨୭ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story